ମୂଳା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ

0

ଶୀତଦିନିଆ ପରିବା ଭାବେ ଜଣାଯାଉଥିବା ମୂଳା ଆଜିକାଲି ପ୍ରତ୍ୟେକ ଋତୁରେ ବଜାରରେ ଉପଲବ୍ଧ ହେଉଛି। ନିୟମିତ ଭାବେ ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ। ତେବେ କେବଳ ମୂଳା ନୁହେଁ, ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି। ମୂଳା ପତ୍ରରେ ଭିଟାମିନ୍ ବି, ସି, କେ, ଇ ଭରପୂର ଥିବାବେଳେ ପୋଟାସିୟମ୍ ଓ ଲାଇକୋପିନ୍ ମଧ୍ୟ ରହିଛି। ମୂଳା ପତ୍ରକୁ ସିଝାଇ ସୁପ୍ ପରି ସେବନ କଲେ କେଶ ଓ ତ୍ବଚାରେ ବିଶେଷ ଚମକ ଆସିଥାଏ।

  • ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିିଛି ଯେ ମୂଳାପତ୍ରରେ କର୍କଟ ପ୍ରତିରୋଧକ ଗୁଣ ଭରପୂର ଅଛି। ଏଣୁ ମୂଳା ସହ ମୂଳା ପତ୍ର ସିଝା ପାଣି ପିଇବା ଉତ୍ତମ।
  • ଓଜନ କମ୍ କରିବାକୁ ଚାହୁଁଥିବା ଲୋକେ ସାଲାଡରେ ମୂଳାପତ୍ରକୁ ବ୍ୟବହାର କରିବା ଆବଶ୍ୟକ। ୧ ମାସ ଏହାକୁ ଖାଇବା ପରେ ଓଜନ ୩-୪ କିଲୋ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
  • ଫାଇବର୍ ଭରପୂର ଥିବା ମୂଳା ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କଲେ ତାହା ହଜମ କ୍ରିୟା ଉତ୍ତମ କରେ।
Leave A Reply