ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

0

ରାଉରକେଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଲଙ୍ଗବିରା ପ୍ରକଳ୍ପ ଉପ୍ରା ସ୍କୁଲ୍‍ର ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ଚଢ଼ଉ କରିଛି। ଆଜି ସକାଳ ୬ଟା ବେଳେ ଚଢ଼ଉ ଆରମ୍ଭ ହୋଇଛି। ବୀରମିତ୍ରପୁର ଥାନା ଅଧୀନ ବନମୁଣ୍ଡାଠାରେ ଥିବା ତାଙ୍କର ଦୁଇଟି ଦ୍ୱିତଳ ବାସଭବନ, ଡମପଡ଼ାଠାରେ ଥିବା ତାଙ୍କର ଶାଶୂଙ୍କ ବାସଭବନ, ସ୍କୁଲ୍‍ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ଜାରି ରହିଥିବାରୁ ଜବତ ସମ୍ପତ୍ତି ମୂଲ୍ୟ ଜଣାପଡ଼ିନାହିଁ।

Leave A Reply