ଭାରତରେ ଆସ୍‍ସ୍‍ର ନୂଆ ଲାପଟପ, ମୂଲ୍ୟ ୧ ଲକ୍ଷ ୩୧ ହଜାର ଟଙ୍କା

0

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ଆସ୍‍ସ୍‍ ଜେନ୍‍ବୁକ୍‍ ଫ୍ଲିପ୍‍ ଏସ୍‍ ୟୁଏକ୍ସ୩୭୦ୟୁଏ ଲାପଟପ୍‍ । ଯାହାର ମୂଲ୍ୟ ୧ ଲକ୍ଷ ୩୦ ହଜାର ୯୯୦ ଟଙ୍କା । ଏହି ଲାପଟପ କେବଳ ପ୍ରମୁଖ ରିଟେଲ ଆଉଟଲେଟ ଗୁଡ଼ିକରେ ଉପଲବ୍ଧ । ୮ମ ସଂସ୍କରଣ ଇଣ୍ଟେଲ କୋର୍‍ ୧୭ ପ୍ରୋସେସର ଓ ୧୬ ଜିବି ଏଲପିଡିଡିଆର୩ ରାମ୍‍ ରହିଛି । ଏହି ଲାପଟପ ଓଜନ ୧.୧ କିଲୋଗ୍ରାମ ଓ ମୋଟୋଇ ୧୧.୨ ଏମଏମ୍‍ । ଷ୍ଟାଣ୍ଡାର୍ଡ ଆଲୁମିନିୟମ ଏଲୟ ତୁଳନାରେ ଏହି ଲାପଟପ ୫୦ ପ୍ରତିଶତରୁ ଅଧିକ ମଜବୁତ୍‍ । ଏଥିସହ ଉନ୍ନତ ଟେକ୍ନୋଲୋଜିର ବିଭିନ୍ନ ବୈଶିଷ୍ଟ୍ୟ ମଧ୍ୟ ରହିଛି ।

Leave A Reply