ଭାଇ-ଭଉଣୀଙ୍କ ସନ୍ଦେହ ଜନକ ମୃତ୍ୟୁ

0

ବରଗଡ଼: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ ଦୁଇ ଭାଇ ଓ ଭଉଣୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଘଟଣାରୁ ପ୍ରକାଶ ଯେ ସିଂହପାଲି ଗ୍ରାମର ଦାଶରଥି ମେହେରଙ୍କ ପୁଅ ବିକାଶ ମେହେର ଓ ଝିଅ ମିନତୀ ମେହେର ଗତରାତିରେ ଖାଇପିଇ ଶୋଇଥିଲେ। ଆଜି ସକାଳୁ ସେମାନେ ଆଉ ଉଠି ନ ଥିବାରୁ ପରିବାର ପକ୍ଷରୁ ପୁଲିସକୁ ଖବର ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଉଭୟଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।

Leave A Reply