ବ୍ରହ୍ମପୁର ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ସ୍ଥାନାନ୍ତର ହେବ ନାହିଁ

0

 

ବ୍ରହ୍ମପୁର: ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ସ୍ଥାନାନ୍ତର ହେବ ନାହିଁ। ବାହାର ଜିଲା ଯଥା କୋରାପୁଟ, କନ୍ଧମାଳ, ଗଜପତି ଏବଂ ସମ୍ବଲପୁରରୁ ଆସିକା ଏବଂ ଦିଗପହଣ୍ଡି ରାସ୍ତାରେ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ବସଗୁଡ଼ିକ ନୁଆ ବସଷ୍ଟାଣ୍ଡ ବଦଳରେ ହଳଦିଆପଦର ବସ ଟର୍ମିନାଲକୁ ଯିବ। ସେହିଭଳି ଭୁବନେଶ୍ୱର, କଟକ, ଆନ୍ଧ୍ରପ୍ରଦେଶ ଭଳି ଦୂରଦୂରାନ୍ତରକୁ ଯାଉଥିବା ବସଗୁଡିକ ମଧ୍ୟ ହଳଦିଆପଦର ବସ ଟର୍ମିନାଲକୁ ଯିବ। ଜିଲା ଭିତର ଯଥା ଆସିକା, ଭଞ୍ଜନଗର, ସୋରଡ଼ା, ଦିଗପହଣ୍ଡି, ହିଞ୍ଜିଳିକାଟୁକୁ ଯାତାୟତ କରୁଥିବା ବସଗୁଡ଼ିକ ପୂର୍ବବତ ନୂଆ ବସଷ୍ଟାଣ୍ଡରୁ ବାହାରିବ। ସମସ୍ତ ବସ ପାଇଁ ଯାତାୟତ ରାସ୍ତା ସ୍ଥିର କରାଯାଇଛି। ଆଞ୍ଚଳିକ ପରିବହନ ବିଭାଗ ଏବଂ ଟ୍ରାଫିକ ପୋଲିସ ସହ ଏ ନେଇ ଆଲୋଚନା କରାଯାଇଛି। ସିଟି ବସଗୁଡିକ ମଧ୍ୟ ନିର୍ଦ୍ଧାରିତ ରୁଟ୍‌ରେ ଚଳାଚଳ କରିବ  ସହ ହଳଦିଆପଦର ନୂତନ ବସ ଟର୍ମିନାଲକୁ ରବିବାର ଠାରୁ କାର୍ଯ୍ୟକ୍ଷମ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ପ୍ରସ୍ତୁତି ଶେଷ ହୋଇଥିବା ବିଡିଏ ସଚିବ ସମ୍ବିତ ରାଉତ  ପ୍ରକାଶ କରିଛନ୍ତି।

Leave A Reply