ବୁଧବାର ରାଶିଫଳ

0

ମେଷ: ବନ୍ଧୁ ମେଳରେ ଅପଦସ୍ତ ହୋଇପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଦଳରେ ବରିଷ୍ଠତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।

ବୃଷ: ଉଚ୍ଚ ସମ୍ମାନ ଲାଭ କରିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ସୌଭାଗ୍ୟ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବା ଆଶା ଫଳପ୍ରଦ ହେବ।

ମିଥୁନ: ଶିକ୍ଷା ପ୍ରତି ଆକୃଷ୍ଟ ହୋଇପାରନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟରେ ଆଗେଇବାକୁ ପଡ଼ିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଧନପ୍ରାପ୍ତି ହେବାର ସୂଚନା ମିଳୁଛି। ମାନ୍ୟତା ମିଳିବ। ହନ୍ତ-ସନ୍ତ ହୋଇ ଦିନଟି ବିତାଇବେ।

କର୍କଟ: ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପର୍ଯ୍ୟାୟ କ୍ରମେ ବୃଦ୍ଧି ପାଇବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ସିଂହ: ହଠାତ୍‍ ଅସୁବିଧାର ସମ୍ମୁଖୀନ ହେବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି କଲେ ବହୁ ସମସ୍ୟାର ସମାଧାନ କରିବାକୁ ସକ୍ଷମ ହେବେ। କଥାର ଶୈଳୀରେ ଶତ୍ରୁତାର ଅବସାନ ଘଟାଇପାରନ୍ତି।

କନ୍ୟା: ବିଭିନ୍ନ ଦିଗରୁ ଲାଭବାନ ହେବେ। ଆୟ ଆଶାନୁରୂପ ହେବ। ଶୁଭ ଖବର ପାଇ ଖୁସି ହୋଇ ପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।

ତୁଳା: କର୍ମ ଚଞ୍ଚଳ ରହିପାରନ୍ତି। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ବିଛା: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତା ବିଜୟୀ ହେବେ। ଭକ୍ତି ଭାବନାରେ ଦିନଟି ଅତିବାହିତ ହେବ।

ଧନୁ: ଶୁଭ ଯୋଗ ଅଛି। ବିଷାଦର ଅନ୍ତଃ ଘଟିବ। ଦୁଶ୍ଚିନ୍ତା ଦୂର ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ହେବ।

ମକର: ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ମିତମାନଙ୍କ ସାନ୍ନିଧ୍ୟ ମିଳିବ। ସୁଖକର ଘଟଣା ମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସ୍ଥିତି ପ୍ରଶସ୍ତ ରହିଛି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି।

କୁମ୍ଭ: ଶତ୍ରୁର କାର୍ଯ୍ୟ କଳାପ ଦେଖି ପ୍ରତିହିଂସା ପରାୟଣ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଅତ୍ୟନ୍ତ ଖୁସି ହେବେ। ଶୁଭକାର୍ଯ୍ୟ ପାଇ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

ମୀନ: ଜଟିଳ ସମସ୍ୟାର ସମାଧାନ କରି ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ସୁ-ସମ୍ବାଦ ପାଇ ଖୁସି ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନସାରା ଅଧ୍ୟୟନରତ ହେବା ଅଶା କରାଯାଏ।

Leave A Reply