ବୁଧବାର ରାଶିଫଳ

0

ମେଷ: ଈଶ୍ୱର ଭକ୍ତିରେ ନିଜକୁ ହଜାଇ ଦେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ।
ବୃଷ: କାର୍ଯ୍ୟ ତୃପ୍ତିଦାୟକ ହେବ। ଭ୍ରମଣ କ୍ଳେଶକର ହୋଇପାରେ। ସର୍ବସୁଖ ମିଳିବା ଆଶା କରାଯାଏ। ଭାଗବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।
ମିଥୁନ: ଧନଲାଭର ସୁଯୋଗ ଅଛି। ବିଭିନ୍ନ ଦିଗରୁ ସାହାଯ୍ୟର ହାତ ଲମ୍ବି ଆସିବ। ସୁଖକର ଘଟଣାମାନ ଘଟି ପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ଉତ୍ତମ ଭୋଜନ ପାଇ ଆନନ୍ଦ ଉପଭୋଗ କରିବେ।
କର୍କଟ: ନୂତନ କର୍ମରେ ଯୋଗଦାନ କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ଶୁଭକାର୍ଯ୍ୟ କରଣୀୟ। ଋଣପରିଶୋଧ କରିବେ।
ସିଂହ: ବନ୍ଧୁବର୍ଗରୁ ସାହାଯ୍ୟପ୍ରାପ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟନରତ ହେବେ। ସୁ ସମ୍ବାଦ ପାଇ ଖୁସି ହେବେ।
କନ୍ୟା: ଅଶାନ୍ତି ଦୂର ହେବ। ଧୈର୍ଯ୍ୟବାନ ହେବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ହର୍ଷଯୁକ୍ତ ହେବେ। ବିଶୁଦ୍ଧ ଭାଷୀ ହୋଇପାରନ୍ତି।
ତୁଳା: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ବିଛା: ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଖୁସି ହେବେ। ଆଶାବାଦୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ସ୍ୱାଭିମାନୀ ହୋଇପାରନ୍ତି। କାର୍ଯ୍ୟ ଶୃଙ୍ଖଳିତ ହେବ। ବିଧିଜ୍ଞ ହେବେ। ନିର୍ଭୀକ ହୋଇପାରନ୍ତି।
ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତା ଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ମକର: କର୍ମଫଳ ଭୋଗ କରିପାରନ୍ତି। କାର୍ଯ୍ୟ କରୁ କରୁ କିଛି ସମୟ ପାଇଁ ଅଟକି ଯିବେ। ଖର୍ଚ୍ଚର ପରିମାଣ ବୁଦ୍ଧି ପାଇବ। ଚକ୍ଷୁପୀଡ଼ା ଅନୁଭବ କରି ପାରନ୍ତି। ମିଷ୍ଟଭାଷୀଭାବେ ପରକୁ ଆପଣାର କରିବେ। ବିବାଦୀୟ ବିତର୍କରୁ ଓହରି ଯିବା ଭଲ।
କୁମ୍ଭ: ମୁଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରେ ସମ୍ମାନିତ ହେବେ।
ମୀନ: ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ସୁ ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

Leave A Reply