ବୁଧବାର ରାଶିଫଳ

0

ମେଷ: ପରିଶ୍ରମର ମୂଲ୍ୟ ମିଳିବ। ସରକାରୀ ଧନ ମିଳିବାର ବ୍ୟବସ୍ଥା ହୋଇ ସାରିଛି। ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ।
ବୃଷ: ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିପାରେ। ଭ୍ରମଣ ଜନିତ ସୁଖ ପାଇବେ। ଶୁଭକାର୍ୟ୍ୟ ପାଇଁ ଉତ୍ସାହିତ ହୋଇ କାର୍ୟ୍ୟ କରିବେ। ପ୍ରତିଦ୍ବନ୍ଦ୍ବିତାର ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କର୍କଟ: ଦିନଟି କଳ୍ପନା, ଜଳ୍ପନା ଭିତ୍ତିକ ହୋଇପାରେ। ମିତ୍ରତା ବୃଦ୍ଧି ହେବାର ସୂଚନା ମିଳୁଛି। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଧନବାନ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ଜଣେ ମହିଳା ସାହାଯ୍ୟକାରିଣୀ ହେବେ।
ସିଂହ: ନିଜକୁ ଅସହାୟ ମନେ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। ଅର୍ଥ ପ୍ରାପ୍ତିରେ ସମୃଦ୍ଧ ହେବେ। ସୁବର୍ଣ୍ଣ, ମଣି-ମୁକ୍ତା ପ୍ରାପ୍ତିର ସୂଚନା ମିଳୁଛି। ଜନ ସାଧାରଣଙ୍କ ଶ୍ରଦ୍ଧା ଭାଜନ ହେବେ। ତୀର୍ଥ ପର୍ୟ୍ୟଟନର ସୁଯୋଗ ଅଛି।
କନ୍ୟା: ଆଜି ଦିନଟି ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। ସରକାରୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ। ସୁଖୀ, ବିଜୟୀ ହେବେ। ଅଶାନ୍ତି ଦୂର ହେବ।
ତୁଳା: ନିଜ ସ୍ବାର୍ଥକୁ ପଛରେ ପକାଇ ପରପାଇଁ କାର୍ୟ୍ୟ କରିପାରନ୍ତି। ବାଦ ବିବାଦର ଅବସାନ ଘଟିବ। ବିଳମ୍ବରେ ସଫଳତା ମିଳିବ। ଶ୍ରେଷ୍ଠ ଆସନରେ ଆସୀନ ହେବେ। ପ୍ରଚୁର ଅର୍ଥ ମିଳିପାରେ। ଧର୍ମ ଧାରଣାରେ ରହି ବିଜୟୀ ହେବେ।
ବିଛା: ଦାୟିତ୍ବରେ ପରିବର୍ତ୍ତନ ଘଟିବାର ସମୟ ଉପସ୍ଥିତ। ଉଚ୍ଚ ଆଶା ଫଳବତୀ ହେବାର ସୁଯୋଗ ସୃଷ୍ଟି ହୋଇଛି। ଶେଷ୍ଠ ପଦ-ପଦବୀ ମିଳିବାର ସୌଭାଗ୍ୟ ଉଦୟ ହୋଇଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ର ବିଷାରଦ ହେବେ।
ଧନୁ: ଅନେକ କ୍ଷେତ୍ରରେ ସଫଳତା ମିଳିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ନିଜ କାର୍ୟ୍ୟର ସମୀକ୍ଷା କରି ଶାନ୍ତି ପାଇବେ।
ମକର: ଉଚ୍ଚଆଶା କରିବେ; ମାତ୍ର ସଫଳତା ମିଳିବା କଷ୍ଟଦାୟକ ହେବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୁଯୋଗ-ସୃଷ୍ଟି ହୋଇଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ; ମାତ୍ର ବହୁ ଯୁକ୍ତିିତର୍କ ପରେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
କୁମ୍ଭ: ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ। ଅଶାନ୍ତିର ଅବସାନ ଘଟିବ। ଅଯଥା ବ୍ୟୟ ହେବାର ସୂଚନା ମିଳୁଛି। ରାଜପୂଜା ମିଳିବ। ନିରାଟ ସତ୍ୟକୁ ଦୀକ୍ଷା ଭାବେ ଗ୍ରହଣ କରିବେ। ଶାସ୍ତ୍ରକୁ ମାନ୍ୟତା ହେବେ। ସୁବଣ୍ଣ ଓ ଦେବ-ବ୍ରାହ୍ମଣ ପ୍ରିୟ ହେବେ।
ମୀନ: ଦୂରଯାତ୍ରା ପାଇଁ ଆଗ୍ରହୀ ପ୍ରକାଶ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିପାରେ। ମିତ୍ରତାକୁ ପ୍ରସାରିତ କରିପାରନ୍ତି। କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନରେ ପ୍ରସନ୍ନତା ଆସିବ।

Leave A Reply