ବିଜେପି ପକ୍ଷରୁ ଧାମରା ବନ୍ଦର ବିରୁଦ୍ଧରେ ୧୯ ତାରିଖରେ ଆନ୍ଦୋଳନ ଚେତାବନୀ

0

ଧାମରା : ଧାମରା ବନ୍ଦର କର୍ତ୍ତୁପକ୍ଷଙ୍କ ମନମାନୀରେ ଶିକାର ହେଉଛନ୍ତି ଅଞ୍ଚଳବାସୀ। ଦିନକୁ ଦିନ ବନ୍ଦର କର୍ତ୍ତୁପକ୍ଷ ବିସ୍ଥାପିତ ଏବଂ ଜମିହରା ମାନଙ୍କୁ ଠିକ ଭାବରେ କ୍ଷତି ପୂରଣ ନଦେଇ ମାନସିକ ନିର୍ଯ୍ୟାତନା ଦେବା, ବନ୍ଦର ମଧ୍ୟରେ ବହୁ ଗଭୀର ନଳକୂପ ବସାଇ ଲକ୍ଷ ଲକ୍ଷ ଲିଟର ପାଣି ଉତ୍ତୋଳନ କରିବା ଫଳରେ ଧାମରା ଅଞ୍ଚଳରେ ଜଳକଷ୍ଟ ଲାଗି ରହିବା ସହ ଅଧିକାଂଶ ନଳକୂପରୁ ଲୁଣି ପାଣି ବାହାରିବା, ରେଳପଥରେ କୋଇଲା ପରିବହନ ହେଉଥିବା ବେଳେ ବଗି ଗୁଡିକରେ ପାଲ ନ ଢାଙ୍କି କୋଇଲା ପରିବହନ କରିବା ଫଳରେ ଅଞ୍ଚଳ କୋଇଲା ଗୁଣ୍ଡରେ ପୂର୍ଣ୍ଣ ହେବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ବନ୍ଦର ମଧ୍ୟରେ ନିଯୁକ୍ତି ଦେବା, ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗରେ ଖର୍ଚ୍ଚ ହେଉଥିବା ଅନୁଦାନର ବାଟ ମାରଣା ଆଦି ୫ ଦଫା ଦାବୀ ନେଇ ଧାମରା ବିଜେପି ଏକ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ବନ୍ଦର କର୍ତ୍ତୁପକ୍ଷ ତୁରନ୍ତ ଏହି ସମସ୍ତ ଦାବୀ ଗୁଡିକ ସମାଧାନ କରିବା ସହ ବାଂଶଡା ଠାରେ ବନ୍ଦର ପକ୍ଷରୁ ବସାଯାଇଥିବା ପାଣି ବିଶୋଧନା ଗୃହକୁ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଦାବୀ ହୋଇଛି। ଅନ୍ୟ ପକ୍ଷରେ ବନ୍ଦର କର୍ତ୍ତୁପକ୍ଷ ଜାଣିଶୁଣି ହୀନ ରାଜନୀତି କରିବା ସହ ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି ବୋଲି କାଗଜ ପତ୍ରରେ ଦର୍ଶାଇଥିବା ବେଳେ ପ୍ରକୃତରେ ଏହି ଅର୍ଥକୁ କେବଳ ବନ୍ଦର କର୍ତ୍ତୁପକ୍ଷ ନିଜର ପକେଟ ଭରୁଛନ୍ତି ଏବଂ ଅଞ୍ଚଳ ବିକାଶ ନୁହେଁ କେବଳ ବିନାଶ ଦିଗରେ ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ ମଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ ତାରିଖରେ ଧାମରା ବନ୍ଦର ଆଗରେ ବିଜେପି ତାର ଆନ୍ଦୋଳନ ଜାରୀ ରଖିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଗୁରୁବାରର ଏହି ସାମ୍ବାଦିକ ସମ୍ମିଳନୀରେ ଜାଗୁଳା ପଞ୍ଚାୟତର ସମିତିସଭ୍ୟ ପ୍ରମୋଦ ନାୟକ, ପ୍ରଦ୍ୱୀପ ଚନ୍ଦ୍ର ରାଉତ, ସରୋଜ ଲେଙ୍କା, ବିପିନ ବେହେରା, କାର୍ତିକ ଗୁଡିଆ, ରୁଦ୍ର ପ୍ରଶନ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ବନ୍ଦରର ଭିପି ରାଜନୈତିକ ଦଳ ମଧ୍ୟରେ ପାତର ଅନ୍ତର ନୀତିର କଡା ସମାଲୋଚନା ହୋଇଥିଲା।

Leave A Reply