ବିଜେପିରେ ଯୋଗ ଦେଲେ ହାଦିଆଙ୍କ ପିତା

0

କୋଚି : ଇସ୍‍ଲାମ ଧର୍ମ ଗ୍ରହଣ ପରେ ପରିବାରର ସହମତି ବିନା ମୁସଲମାନ ଯୁବକଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିବା ୨୬ ବର୍ଷ ବୟସ୍କ ହାଦିଆଙ୍କ ପିତା କେ. ଏମ୍‍. ଅଶୋକନ ବିଜେପିରେ ଯୋଗ ଦେଇଛନ୍ତି। ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସମ୍ପ୍ରତି ବିଜେପି ପକ୍ଷରୁ ଜାରିଥିବା ଅଭିଯାନକୁ ସେ ସମର୍ଥନ କରିଛନ୍ତି। ବିଜେପି ସାଧାରଣ ସମ୍ପାଦକ ବି. ଗୋପାଳକ୍ରିଷ୍ଣ ତାଙ୍କୁ ଦଳର ସଦସ୍ୟ ପଦ ପ୍ରଦାନ କରିଛନ୍ତି। ଅଶୋକନ କହିଛନ୍ତି ବିଜେପି ଏକମାତ୍ର ଦଳ ଯାହାକି ହିନ୍ଦୁମାନଙ୍କ ବିଶ୍ୱାସର ସୁରକ୍ଷା କରୁଛି। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଧମକ ମିଳୁଥିବାରୁ ସେ ଏବେ ପୁଲିସ ସୁରକ୍ଷା ମଧ୍ୟରେ ଅଛନ୍ତି। ପୂର୍ବରୁ ଅଖିଳା ଅଶୋକନ ନାମରେ ପରିଚିତ ହାଦିଆ ଧର୍ମ ପରିବର୍ତ୍ତନ କରି କୋଲମ ନିବାସୀ ସେଫିନ ଜାହାନଙ୍କୁ ବିବାହ କରିଥିଲେ। ଏହି ବିବାହକୁ ବିରୋଧ କରି ତାଙ୍କ ପିତା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହାଇକୋର୍ଟ ହାଦିଆଙ୍କ ବିବାହ ରଦ୍ଦ କରି ତାଙ୍କୁ ପିତାଙ୍କ ଘରକୁ ପଠାଇଦେଇଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟ ଏ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ତାଙ୍କୁ ସ୍ୱାମୀଙ୍କ ସହିତ ରହିବାକୁ ଅନୁମତି ଦେଇଥିଲେ।

Leave A Reply