ବିଜୁଳି ବିଭାଗର ନିଘା ନାହିଁ: ଖୁଣ୍ଟିରେ ଲଟା ମାଡିଗଲେଣି

0

ସୁଆଣ୍ଡୋ: ବିଦ୍ୟୁତ ଖୁଣ୍ଟିରେ ଜଙ୍ଗଲି ଲଟା ମାଡିଯାଇ ବିଜୁଳି ସରବରାହ ବ୍ୟାହତ ହେଉଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ଅଣଦେଖା କରୁଥିବାର ଅଭିଯୋଗ ହେଉଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାର୍ଗବୀ ନଦୀ କୂଳ ବଳପୁର ଗ୍ରାମ ନିକଟ ପଥୁରିଆ ସାହି ନଦୀବନ୍ଧ କଡରେ ଥିବା ଏଲ୍ ଟି ଓ ୧୧ କେଭି ଖୁଣ୍ଟିରେ ଜଙ୍ଗଲି ଲଟା ମାଡିଛି । ସେହି ସ୍ଥାନରେ ତାରରୁ ନିଆଁ ବାହାରୁଛି। ସର୍ଟ ସର୍କିଟ ହୋଇ କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଛି। ଏଥିପାଇଁ ବାରମ୍ବାର ଲାଇନ କଟୁଛି । କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଉପଭୋକ୍ତାମାନେ ଅସୁବିଧା ଭୋଗୁଛନ୍ତି ବୋଲି ସେମାନେ ଅଭିଯୋଗ କରିନ୍ତି। ତୁରନ୍ତ ବିଦ୍ୟୁତ ଖୁଣ୍ଟିରୁ ଲଟା କାଟିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Leave A Reply