ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ହଟିଲେ ସ୍ମିଥ, ୱାର୍ନର

0

ନୂଆଦିଲ୍ଲୀ: ବଲ୍‌ ଟ୍ୟାମ୍ପରିଂ ମାମଲାରେ ଫସିଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥ ଅଧିନାୟକ ପଦରୁ ହଟିଛନ୍ତି। ଏଥିସହ ଉପ ଅଧିନାୟକ ଡେଭିଡ ୱାର୍ନର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଏହା ପୂର୍ବରୁ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦେଶ ଦେଇଥିଲେ। ଏହି ଘଟଣାକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଲଜ୍ୟାଜନକ ବୋଲି କହିଛନ୍ତି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ କେପଟାଉନରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବଲ୍‌ ଟ୍ୟାମ୍ପରିଂ ହେବା ନେଇ ଅଭିଯୋଗ ଆସିଥିଲା।

Leave A Reply