ବଜ୍ରାଘାତରେ ମହିଳା ମୃତ

0

ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା କରୁଆବାହାଲପଡ଼ାରେ ବଜ୍ରାଘାତରେ କରୁଆବାହାଲ ପଡ଼ାର ଅନୀତା ବେଙ୍ଗ(୩୫) ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି  । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କରୁଆବାହାଲ ପଡ଼ାର ଅନୀତା ବେଙ୍ଗ ଘରୁ ବାହାରି ନିକଟତମ ବୁନେ୍ଦଲ ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲେ  । ଛତୁ ଗୋଟାଇବା ବେଳେ ହଠାତ ପାଖାପାଖି ୪ଟା ୧୫ରେ ଜୋରରେ ଘଡ଼ଘଡ଼ି ସହ ବଜ୍ର ପଡ଼ିଥିଲା ।  ସେଠାରେ ସେ ଟଳିପଡ଼ିଥିଲେ  । ଖବର ପାଇଁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡ଼ାକ୍ତରଖାନାକୁ ପଠେଇ ଥିଲେ ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଜାଣିବା ପରେ ତଳସରା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି  ।

Leave A Reply