ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡିବଜାର ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏକ  ଶାଢ଼ୀ ସାହାଯ୍ୟରେ ଉଭୟ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେମାନେ ହେଲେ କୁମଣ୍ଡ ଗାଁର ରଞ୍ଜନ କୁମାର ସାହୁ ଓ ବାଳକଟା ଗ୍ରାମର  ସସ୍ମିତା ସାହୁ । ଉଭୟ ସମ୍ପର୍କରେ ଶଳା ଭାଉଜ ଓ ଭିଣୋଇ ବୋଲି ଜଣାପଡିଛି । ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.