ପ୍ରଭୁ ଯୀଶୁ ନିଜେ ବାଛିଥିଲେ ନିଜ ଜନ୍ମସ୍ଥାନ

0

ଯୀଶୁଙ୍କ ଜନ୍ମ ଗୁହାଳରେ ହୋଇଥିଲା। ସେଠାରେ ଗାଈମାନଙ୍କୁ ବନ୍ଧା ଯାଉଥିଲା। ଯୀଶୁ ଜନ୍ମ ହେବା ମାତ୍ରେ ତାଙ୍କୁ ବହୁ ଧ୍ୟାନର ସହ ଗୁହାଳ ମଧ୍ୟରେ ପଶୁଙ୍କ ଚାରା ପାଇଁ ଥିବା ସ୍ଥାନରେ ରଖାଯାଇଥିଲା। ଯୋଶେଫ ମେରୀଙ୍କ ସହ ବେଥେଲେହେମ ଯାଇଥିବା ବେଳେ ଯୀଶୁଙ୍କର ଜନ୍ମ ହୋଇଥିଲା। ସେତେବେଳେ ସେମାନଙ୍କର ରହିବା ପାଇଁ କୌଣସି ସ୍ଥାନ ନ ଥିବାରୁ ଗୁହାଳରେ ରହିଥିଲେ। ସେହି ସମୟରେ ଯୀଶୁଙ୍କ ଜନ୍ମ ଗୁହାଳରେ ହୋଇଥିଲା। ଗୁହାଳରେ ଜନ୍ମ ହୋଇଥିବା ସତ୍ତ୍ବେ ମଧ୍ୟ ଯୀଶୁ ସୁସ୍ଥ ଥିଲେ।

ସ୍ଥାନୀୟ ଲୋକମାନେ ନିଜ ଘୋଡା ରଖିବାକୁ ଆସିଥିବା ବେଳେ ତାଙ୍କ ଚତୁଃପାର୍ଶ୍ବ ଆଲୋକିତ ହୋଇଗଲା। ହଠାତ ସେହି ସମୟରେ ଦେବଦୂତ ଆସିଥିଲେ। ଦେବଦୂତଙ୍କୁ ଦେଖି ସେଠାକାର ଲୋକମାନେ ଖୁବ୍ ଡରି ଗଲେ। କିନ୍ତୁ ଦେବଦୂତ କହିଲେ ଯେ, ଡର ନାହିଁ। ମୁଁ ତୁମମାନଙ୍କୁ ଏକ ଖୁସି ଖବର ଦେବାକୁ ଆସିଛି। ଆଜି ବେଥେଲେହେମ ପ୍ରସିଦ୍ଧ ହୋଇଛି। ନବ ଜନ୍ମିତ ଯୀଶୁ ତୁମ ମାନଙ୍କୁ ରକ୍ଷା କରିବେ। ଯୀଶୁଙ୍କୁ ତୁମେମାନେ ଏକ ଗୁହାଳ ଭିତରେ ପଶୁଙ୍କ ଚାରା ପାଇଁ ରଖାଯାଇଥିବା ସ୍ଥାନରେ ଦେଖିବାକୁ ପାଇବ। ଏହାପରେ ପରେ ସେଠାରେ ଅନେକ ଦେବଦୂତଙ୍କ ଆଗମନ ହୋଇଥିଲା। ଏବଂ ପରମେଶ୍ବରଙ୍କର ଜୟଗାନ କରିଲେ।

ତାପରେ ଲୋକମାନେ ଯୀଶୁଙ୍କୁ ସମସ୍ତ ଗୁହାଳ ପରିସରରେ ଖୋଜିବାକୁ ଲାଗିଲେ। ତାପରେ ଯୀଶୁ ଜନ୍ମ ହୋଇଥିବା ଗୁହାଳ ନିକଟରେ ଆସି ପହଞ୍ଚିଲେ। ନବ ଜନ୍ମିତ ଶିଶୁ ସମସ୍ତଙ୍କ ଠାରୁ ଭିନ୍ନ ଥିଲେ। କାରଣ ତାଙ୍କ ଉପରେ ପରମେଶ୍ବରଙ୍କର ଆଶୀର୍ବାଦ ରହିଥିଲା। ସେ ମଧ୍ୟ ପରମେଶ୍ବରଙ୍କ ପୁତ୍ର ଅଟନ୍ତି।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Leave A Reply