ପୁଲିସ ବାବୁ ନିଲମ୍ବିତ

0

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜଟଣୀ ଥାନାର ପୂର୍ବତନ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବନ କରିଛନ୍ତି। ସୋମବାର ଦିନ ତାଙ୍କୁ ଗିରଫ କରାଯାଇ ଜେଲ୍‍ ପଠାଇ ଦିଆଯାଇଥିବା ବେଳେ ଆଜି ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୁପାରିସ କ୍ରମେ ପୁଲିସ ଡିଜି ନିଲମ୍ବନ ଆଦେଶ ଜାରି କରିଛନ୍ତି।
ଖୋର୍ଦ୍ଧା ଅଞ୍ଚଳର ସୁମିତ କୁମାର ମଙ୍ଗରାଜ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। କୋହଳ ଦଫା ଲଗେଇ ମାମଲା ରଫାଦଫା କରିବା ପ୍ରତିଶ୍ରୁତି ଦେଇ ସଞ୍ଜୀବ ସୁମିତଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ମୂଲଚାଲ ହୋଇ ୫୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ସୁମିତ୍‍ଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଟିମ୍‍ ଲାଞ୍ଚ ନେବା ବେଳେ ସଞ୍ଜୀବଙ୍କୁ ଧରିଥିଲେ। ତାଙ୍କଠାରୁ ୫୦ ହଜାର ଟଙ୍କାର କେମିକାଲ୍‍ ବୋଳା ଟଙ୍କା ଜବତ ହେବା ପରେ ଗିରଫ କରାଯାଇ ମାମଲା ରୁଜୁ କରାଯାଇଥିଲା।

Leave A Reply