ପୁଣି ମାତିଲେ ନକ୍ସଲ୍

0

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ବେଳେ ରେଳ ଧାରଣା ଓପାଡ଼ିଛନ୍ତି।
ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳା ପଦର ଗ୍ରାମର ପୋଷ୍ଟ ମାଷ୍ଟରଙ୍କୁ ଗତକାଲି ରାତିରେ ଘରୁ ଡାକିନେଇ ନକ୍ସଲମାନେ ହତ୍ୟା କରିଛନ୍ତି। ପୁଲିସ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନକ୍ସଲମାନେ ଛାଡ଼ି ଦେଇ ଯାଇଥିବା ଚିଠିରେ ହତ୍ୟାର କାରଣ ଉଲ୍ଲେଖ ରହିଛି।
ସେହିପରି ମାଲକାନଗିରି ସୀମାନ୍ତ ଅଞ୍ଚଳରେ ନକ୍ସଲମାନେ ରେଳ ଧାରଣା ଓପାଡ଼ି ଦେଇଛନ୍ତି। ଏହାପରେ ସେହି ରାସ୍ତା ଦେଇ କାମାଲୁରରୁ ଦନ୍ତେୱାଡ଼ା ଯାଉଥିବା ପାସେଞ୍ଜର ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରେନ୍ର ଗତି ମନ୍ଥର ଥିବାରୁ ଯାତ୍ରୀମାନେ ବଞ୍ଚିଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

Leave A Reply