ନିଲାମ ହେଲା ମାଲ୍ୟାଙ୍କ ୨ ହେଲିକପ୍ଟର

0

ବେଙ୍ଗାଲୁରୁ: ଋଣ ଭାରରେ ବୁଡ଼ିବା ପରେ ଦେଶ ଛାଡ଼ି ଚାଲିଯାଇଥିବା କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ଦୁଇଟି ହେଲିକପ୍ଟରକୁ ନିଲାମ କରାଯାଇଛି। ମାଲ୍ୟାଙ୍କୁ ଋଣ ଦେଇଥିବା ୧୭ ସଦସ୍ୟ ବିଶିଷ୍ଟ ବ୍ୟାଙ୍କ କନ୍‍ସୋର୍ଟିୟମ୍‍ ପକ୍ଷରୁ ଋଣ ଆଦାୟ ଟ୍ରିବ୍ୟୁନାଲ୍‍ ଏହି ନିଲାମ କାର୍ଯ୍ୟ ସମ୍ପାଦନ କରିଥିଲା। ଚୌଧୁରୀ ଏଭିଏସନ୍‍ ନାମକ କମ୍ପାନୀ ଉକ୍ତ ହେଲିକପ୍ଟର ଦୁଇଟିକୁ ୮.୭୫ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି। ନିଲାମ୍‍ରେ ତିିନିଟି ସଂସ୍ଥା ଭାଗ ନେଇଥିଲେ। ନିଲାମର ବିଡ୍‍ ମୂଲ୍ୟ ୧.୭୫ କୋଟି ଟଙ୍କା ରଖାଯାଇଥିଲା। ଚୌଧୁରୀ ଏଭିଏସନ୍‍ ନୂଆଦିଲ୍ଳୀରେ ଏୟାର ଆମ୍ବୁଲାନ୍ସ ସେବା ସହିତ ଯାତ୍ରୀ ପରିବହନ ସେବା ଯୋଗାଇ ଦେଉଛି।

Leave A Reply