ନିରୋଳା ଚାହୁଁଛନ୍ତି ଏବର ପିଢ଼ି

0

ଭାରତର ୧୫ଟି କମ୍ପାନୀର ଯୁବବର୍ଗଙ୍କୁ ନେଇ ନିକଟରେ ଦିଲ୍ଲୀର ଏକ ଏନଜିଓ ସର୍ବେକ୍ଷଣ କରିଥିଲା। ଏମାନଙ୍କ ମଧ୍ୟରେ କେତେଜଣ ଦମ୍ପତି ଥିବାବେଳେ ଅବିବାହିତ ଗୋଷ୍ଠୀ ମଧ୍ୟ ଥିଲେ। ଅଧିକାଂଶଙ୍କ ମତ ଥିଲା କାମର ଚାପ ବଢ଼ିବା ସହ ପରିବାରର ଦାୟିତ୍ବ ମଧ୍ୟ ବଢ଼ୁଛି। ଏଣୁ ଏସବୁ ଅସହ୍ୟ ହେବା ପରେ ସେମାନେ ଏକ ଲମ୍ବା ବିରତି ଚାହୁଁଛନ୍ତି। ୧୧% ଲୋକଙ୍କ ମତ ହେଲା ସେମାନେ ନିରୋଳାରେ ଭ୍ରମଣ କରିବାକୁ ପସନ୍ଦ କରୁଛନ୍ତି। ଅନ୍ୟମାନେ ପରିବାର ସହ ବୁଲିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତଙ୍କ ମତ କିନ୍ତୁ କାମର ଚାପରୁ ତ୍ରାହି ପାଇବାକୁ ହେଲେ ସ୍ଥାନ ପରିବର୍ତ୍ତନ ନିତାନ୍ତ ଜରୁରୀ।
– ୩୭ ବର୍ଷୀୟ ଜିନେଶ ସିଂ କହିଛନ୍ତି ସେ ଓ ତାଙ୍କ ପତ୍ନୀ ଉଭୟ କର୍ମଜୀବୀ। ପରିବାର ସହ କାମର ଚାପ ଦିନକୁଦିନ ବଢ଼ୁଥିବାରୁ ପ୍ରତି ୬ ମାସର ଅନ୍ତରରେ ସେମାନେ କୁନି ଝିଅ ସହ ଭ୍ରମଣ କରିବାକୁ ଯାଆନ୍ତି। ଏପରି କଲେ ମାନସିକ ଶାନ୍ତି ମିଳିଥାଏ ବୋଲି ତାଙ୍କ ମତ।
– ଅନ୍ୟ ପାଖେ ୫୧ ବର୍ଷୀୟ କୁଶଲ୍ ଟଣ୍ଡନଙ୍କ ମତରେ ଏଭଳି ଜୀବନଶୈଳୀରେ ସେ ଅତିଷ୍ଠ। ପିଲାଙ୍କ ଖର୍ଚ୍ଚ ବଢ଼ିଚାଲିଛି। ଏଣୁ ସେ ଭ୍ରମଣ କଥା ମନରୁ ପାସୋରିସାରିଲେଣି।
– ପ୍ରାୟ ୨୨%ରୁ ଅଧିକ କାମର ଚାପରୁ ବର୍ତ୍ତିବାକୁ ରୀତିମତ ବୁଲାବୁଲି କରିବାକୁ ପସନ୍ଦ କରିଛନ୍ତି।

Leave A Reply