ନଗସପୁର ରାସ୍ତାର ନିମ୍ନମାନର କାର୍ଯ୍ୟ ପାଇଁ ଟାୟାର ଜାଳି ରାସ୍ତାରୋକ କଲେ ଜନସାଧାରଣ

0

ନେମାଳ : ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ସହ ଅସାଧୁ ମେଣ୍ଟ କରି ଠିକାଦାର ମନଇଛା କାର୍ଯ୍ୟ କରୁଥିବା ପ୍ରତିବାଦରେ ବୁଧବାର ନେମାଳ ଥାନା ଅନ୍ତର୍ଗତ ନଇଗୁଆଁ ପେଟ୍ରାଲ ଟାଙ୍କି ନିକଟରେ ସ୍ଥାନିୟ ଗ୍ରାମବାସୀ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଦିର୍ଘ ସମୟ ଧରି ଯାନବାହନ ଯାତାୟତରେ ଅସୁବିଧା ଦେଖାଯାଇଥିଲା।

ଅନୁସନ୍ଧାନରୁ ଜଣାପଡେ, ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧିନ ନରେନ୍ଦ୍ରପୁର-ନଗସପୁର ରାସ୍ତାର ଉନ୍ନତି କରଣ ପାଇଁ ଗତ ୨୧-୧-୨୦୧୯ରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ ଦିଆଯାଇଥିଲା। ଫଳରେ ଦ୍ୱିପାଞ୍ଚଳ ବାସୀଙ୍କ ଗମନା ଗମନର ସୁବିଧା ପାଇଁ ବହୁ ଦିନର ଦାବି ପରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବାରୁ ସ୍ଥାନିୟ ଅଞ୍ଚଳ ବାସି ବେଶ୍ ଆନନ୍ଦିତ ହୋଇଥିଲେ। କିନ୍ତୁ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକାଦାର ନିଜମର୍ଜିରେ କରିବା ଦ୍ୱାରା ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ ପାଇଥିଲା।ଫଳରେ ସ୍ଥାନିୟ ଅଞ୍ଚଳ ବାସି ଉକ୍ତ କାର୍ଯ୍ୟକୁ ସଠିକ ଭାବରେ କରିବା ପାଇଁ ଠିକାଦାର ଓ ବିଭାଗିୟ ଅଧିକାରୀ ମାନଙ୍କୁ ଜଣାଇଥିଲେ।କିନ୍ତୁ ଉକ୍ତ କାର୍ଯ୍ୟକୁ ତଦାରଖ ନ କରାଯାଇ ଠିକାଦାର ମନଇଛା କାର୍ଯ୍ୟ କରୁଥିବାରୁ ଉତ୍ତେଜନା ସୃଷ୍ଠି ହୋଇଥିଲା। ଫଳରେ ଗ୍ରାମବାସୀ ଓ ଜନସାଧାରଣ ମାନେ କାର୍ଯ୍ୟକୁ ବନ୍ଦ କରିବା ସହିତ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ପରେ କିଛି ବୁଦ୍ଧିଜିବୀ ଓ ଗ୍ରାମର ମୁଖିଆଙ୍କ ଦ୍ୱାରା ବୁଝାସୁଜା କରାଯାଇ ରାସ୍ତାରୋକ୍‍ ଉଠାଯାଇ ଏକ ବଡ ଧରଣର ଉତ୍ତେଜନାକୁ ରୋକାଯାଇଥିଲା।

ସୁଚନାଯୋଗ୍ୟ, ଉକ୍ତ ରାସ୍ତାର କାର୍ଯ୍ୟ ପାଇଁ ପ୍ରାୟ ୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଛି। ପୂର୍ବରୁ ହୋଇଥିବା ପିଚୁକୁ ସମ୍ପୂର୍ଣ୍ଣ ଉଠାଯାଇ ସେହି ପିଚୁ ଓ ମେଣ୍ଟାଲକୁ ପକାଯାଇ ଡଷ୍ଟ ପକାଇ ଦିଆଯାଉଛି। ଉକ୍ତ ଡଷ୍ଟ ଉପରେ ପାଣି କିମ୍ବା ରୋଲିଙ୍ଗ କରାଯାଉ ନାହିଁ। ଫଳରେ ଯାତାୟତ କରୁଥିବା ଜନସାଧାରଣ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସେହିପରି ରାସ୍ତା କଡରେ ବାଲି ପକାଯାଇ ଉପରେ ମାଟି ପକାଯାଉଛି ଯାହାକ ଦାୟିତ୍ୱରେ ଥିବା ଠିକାଦାର ଚୁକ୍ତିକରିଥିବା ବେଳେ କାମ ବାସ୍ତବରେ ସେହି ହିସାବରେ ହେଉନଥିବା ଅଭିଯୋଗ ହୋଇଛି। ଫଳରେ ଏହି ରାସ୍ତାଦେଇ ଦୈନିକ ଶତାଧିକ ଭାରୀଯାନ, ଟ୍ରକ୍‍, ବସ୍‍ ଆଦି ଯିବା ଆସିବା କରିଥାଏ। କିନ୍ତୁ ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ସାଧାରଣରେ ଅସନ୍ତୋଷର ବାତାବରଣ ଦେଖାଯାଇଛି।। ତତ୍‍ ସହିତ ଚୁକ୍ତି ମୁତାବକୁ ରାସ୍ତା କାମ ହେଉଥିବା ସହିତ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଡଷ୍ଟ ପକାଯାଇଥିବା ସ୍ଥାନ ମାନଙ୍କରେ ପାଣି ପକାଯିବା କଥା କିନ୍ତୁ ତାହା ହେଉନାହିଁ। ତେବେ ୫ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁର୍ତ୍ତ (ଆର ଆଣ୍ଡ ବି) ବିଭାଗ ଦାୟିତ୍ୱ ନେଉଥିବାବେଳେ କାର୍ଯସ୍ଥଳକୁ କେହି ନ ଆସୁନଥିବା ଜଣାଯାଇଛି। ତେବେ ରାସ୍ତାର ସ୍ଥାୟିତ୍ୱ ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ସଚିବ ଓ ଉଚ୍ଚପଦସ୍ଥ ଅଧିକାରୀ ବେଳହୁଁ ସାବଧାନ ନହେଲେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି।

Leave A Reply