ନକ୍ସଲଙ୍କ ସହ ଜଡିତ ଅଭିଯୋଗରେ ଗିରଫ ଆଇନଜୀବୀ ଉପେନ୍ଦ୍ର ନାୟକ ଅସୁସ୍ଥ, ଵ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି

0

ବ୍ରହ୍ମପୁର: ନକ୍ସଲଙ୍କ ସହ ଜଡିତ ଥିବା ଅଭିଯୋଗରେ ଗିରଫ ଆଇନଜୀବୀ ଉପେନ୍ଦ୍ର ନାୟକଙ୍କୁ ଗୁରୁତର ଅବସ୍ଥାରେ ଵ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ ଫେବ୍ରୁଆରୀ ୨୦ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୁଦ୍ଧରେ ୧୦ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ସମସ୍ତ ମାମଲାରେ ସେ ନିଜେ ଓକିଲ ଭାବେ ମକଦ୍ଦମା ଲଢ଼ୁଛନ୍ତି । ଗିରଫ ପରେ ତାଙ୍କୁ ଆର ଉଦୟଗିରି ଜେଲରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନା ଓ ପରେ ଵ୍ରହ୍ମପୁର ସ୍ଥାନାନ୍ତର ମେଡିକାଲକୁ କରାଯାଇଛି ।

Leave A Reply