ଧନପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

0

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି କିଛି ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ତେବେ ପରିବାର ସଦସ୍ୟଙ୍କର ରୋଜଗାର ବଢିପାରିବ। ଘରର ବାସ୍ତୁଦୋଷ ଦୂର ହୋଇଗଲେ ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇ ସେହିଠାରେ ବାସ କରନ୍ତି। ସେହି ଘରେ ବାସ କରୁଥିବା ଲୋକଙ୍କର ରୋଜଗାରରେ ମଧ୍ୟ ଉନ୍ନତି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘର ସଜାଇବା ଦ୍ୱାରା ମଧ୍ୟ ଘର ଉପରେ ପଡୁଥିବା କୁପ୍ରଭାବ ନଷ୍ଟ ହୋଇଯାଏ।


ଧନପ୍ରାପ୍ତି ପାଇଁ ବାସ୍ତୁଶାସ୍ତ୍ରରେ ଲିଖିତ ଉପଦେଶ:
ରୋଜଗାର ବଢାଇବା ପାଇଁ ଘରର ଆଲମାରୀରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରନ୍ତୁ। ଯଦି ଏପରି କରିପାରୁ ନାହାନ୍ତି ତେବେ ରୂପାର ମୁଦ୍ରା ରଖନ୍ତୁ। ଏହାର ପ୍ରଭାବରେ ଧନପ୍ରାପ୍ତି ହୋଇଥାଏ।
ଘରର ଐଶାନ୍ୟ କୋଣ ବା ପୂର୍ବ-ଉତ୍ତର ଦିଗକୁ ଖାଲି ରଖିବା ସହ ସର୍ବଦା ସଫା ରଖନ୍ତୁ। ସେଠାରେ ପୂଜା ଘର ମଧ୍ୟ କରି ପାରିବେ।
ଘରର ମୁଖ୍ୟଦ୍ୱାରକୁ ସକାଳେ ଓ ସନ୍ଧ୍ୟା ବେଳେ ଖୋଲା ରଖନ୍ତୁ। ଘରର ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡୁଥିବ ସେହି ସ୍ଥାନକୁ ସର୍ବଦା ଖୋଲା ରଖନ୍ତୁ। ସତେଜ ପବନ ଓ କିରଣ ଘରେ ପଡିବା ଦ୍ୱାରା ଦ୍ୱାରା କୁପ୍ରଭାବ ନଷ୍ଟ ହୋଇଯାଇଥାଏ।


ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରର ଉଭୟ ପାଶ୍ୱର୍ରେ ଦୀପ ଜଳାନ୍ତୁ। ପୂଜା ଘରେ ଓ ଯେଉଁଠି ପାଣି ରଖାଯାଉଛି ସେଠାରେ ମଧ୍ୟ ଦୀପ ଜଳାନ୍ତୁ।
ଯଦି ସମ୍ଭବ ତେବେ ସକାଳୁ ଗାଧୋଇ ଘରର ମୁଖ୍ୟଦ୍ୱାରରେ ପ୍ରତିଦିନ ଫୁଲ ହାର ଲଗାନ୍ତୁ। ପ୍ରତିଦିନ ସମ୍ଭବ ନ ହେଲେ ସପ୍ତାହକୁ ଥରେ ଫୁଲ ହାର ବଦଳାଇ ନୂଆ ଲଗାନ୍ତୁ।

Leave A Reply