ଦୁର୍ଘଟଣାରେ ୨ ମୃତ, ୫ ଆହତ

0

ନୟାଗଡ଼: ନୟାଗଡ଼ ଜିଲା ଦଶପଲ୍ଲା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଜିଲାର ଚରଚରା ଅଞ୍ଚଳର ୭ ଜଣ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଖୋର୍ଦ୍ଧା ଯାଇଥିଲେ। ସେଠାରୁ କାର ଯୋଗେ ଫେରୁଥିବା ବେଳେ ଚାଳକ ଭାରସମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। ଜାନି ସାହି ନିକଟସ୍ଥ ରାସ୍ତାପାଶ୍ୱର୍ ଏକ ଗଛରେ କାରଟି ପିଟି ହୋଇଯାଇଥିଲା।

Leave A Reply