ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ

0

ମାଲକାନଗିରି : ମାଲକାନଗିରି ଥାନା ନିକଟସ୍ଥ କୋରକୋଣ୍ଡା ବଜାର ଠାରେ ଏକ କାର ଦ୍ରୁତ ଗତିରେ ଯାଉଥିବା ବେଳେ ବାଲିଆ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ପଳାଇଥିଲା । ଗ୍ରାମବାସୀମାନେ ଉକ୍ତ କାରକୁ ଗୋଡ଼ାଇବାରୁ ୫୦୦ମିଟର ଗଲା ପରେ ଏକ ପୋଲ ନିକଟରେ ଓଲଟି ପଡିଥିଲା । ଲୋକଙ୍କ ଭୟରେ ଗାଡି ଚାଡ଼ି ଚାଳକ ଓ ଅନ୍ୟମାନେ ଲୁଚି ପଳାଇଥିଲେ। ଏ ସଂପର୍କରେ ଗ୍ରାମବାସୀ ମାଲକାନଗୀରି ଥାନାକୁ ଜଣାଇବାରୁ ଥାନାଧିକାରୀ ଏସ ଏମ ତ୍ରିପାଠୀ ପୁଲୁସି ସଦଳ ବାଳ ସେଠାରେ ପହଁଚି କାର ଟିକୁ ଜବତ କରି ତନଖି କରିବାରୁ କାର ଡିକିରୁ ଗଞ୍ଜେଇ ପ୍ୟାକେଟ ଥିବାର ଦେଖିବାକୁ ମିଳିଥିଲା । ଗତକାଲି ବଳିମ୍ବିତ ରାତି ହୋଇଥିବାରୁ ଆଜି ସକାଳେ ଜବତ ଗଞ୍ଜେଇ ଓଜନ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । କାର ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କୋରକୁଣ୍ଡା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

Leave A Reply