ଦୁଇ ଦିନରେ ୨.୭୨ ଲକ୍ଷ କୋଟି ହରାଇଲେ ନିବେଶକ

0

ନୂଆଦିଲ୍ଲୀ: ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ନିବେଶକ ମାନେ ଗତ ଦୁଇ ଦିନରେ ୨.୭୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସୂଚକାଙ୍କର ହ୍ରାସର ଧାରା ମଙ୍ଗଳବାର ଜାରି ରହିଥିଲା। ମଙ୍ଗଳବାର ସେନ୍‍ସେକ୍ସରେ ୨୯୫ ପଏଣ୍ଟ ବା ୦.୭୮ ପ୍ରତିଶତ ହ୍ରାସ ଘଟି ୩୭,୨୯୦.୬୭କୁ ଖସି ଆସିଥିଲା। ସୋମବାର ଦିନ ସେନ୍‍ସେକ୍ସରେ ୫୦୫.୧୩ ପଏଣ୍ଟ ବା ୧.୩୩ ପ୍ରତିଶତ ହ୍ରାସ ଘଟିଥିଲା। ଗତ ଶୁକ୍ରବାରଠାରୁ ମଙ୍ଗଳବାର ମଧ୍ୟରେ ନିବେଶକମାନେ ମୋଟ୍‍ ୧,୫୩,୬୪,୪୭୦ କୋଟି ଟଙ୍କା ହରାଇଥିବା ବେଳେ କେବଳ ଗତ ସୋମବାର ଓ ମଙ୍ଗଳବାରକୁ ମିଶାଇ ୨,୭୨,୫୪୯.୧୫ କୋଟି ଟଙ୍କା ହରାଇଛନ୍ତି। ବିଶେଷ କରି ଏସ୍‍ବିଆଇ, ଟାଟା ମୋଟର୍ସ, ବଜାଜ ଅଟୋ ଓ ଆକ୍ସିସ୍‍ ବ୍ୟାଙ୍କର ଶେୟାର ମୂଲ୍ୟରେ ହ୍ରାସ ଘଟିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ବିଶ୍ୱ ବାଣିଜ୍ୟର ଅସ୍ଥିରାବସ୍ଥାର ପ୍ରଭାବ ଭାରତର ଷ୍ଟକ୍‍ ଏକ୍ସଚେଞ୍ଜରେ ପ୍ରତିଫଳିତ ହୋଇଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

Leave A Reply