ଦିଲ୍ଲୀର ୧୫ ଆଇପିଏସ୍‍ଙ୍କୁ ଅନ୍ୟ ରାଜ୍ୟକୁ ବଦଳି

0

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ରାଜ୍ୟର ୧୫ ଆଇପିଏସ୍‍ଙ୍କୁ ଅନ୍ୟ ରାଜ୍ୟଙ୍କୁ ବଦଳି କରିଛନ୍ତି। ଏନେଇ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି। ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଏବଂ ଅନ୍ୟ ମନ୍ତ୍ରୀମାନେ ଚଳାଇଥିବା ଅନଶନ ଭଙ୍ଗ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ଉତ୍ତରାଞ୍ଚଳ ଯୁଗ୍ମ ପୁଲିସ୍‍ କମିଶନର ଡାକ୍ତର ସାଗର ପ୍ରୀତ ହୁଡାଙ୍କୁ ଅରୁଣାଚଳପ୍ରଦେଶ ସ୍ଥାନାନ୍ତର କରାଯାଇଛି। ସେହିପରି ଟ୍ରାଫିକ୍‍ ପୁଲିସ୍‍ ଅତିରିକ୍ତ କମିଶନର କିମି କାନିଙ୍ଗଙ୍କୁ ଗୋଆ, ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟ ଅତିରିକ୍ତ ପୁଲିସ୍‍ କମିଶନର ଏମ୍‍.ଏନ୍‍ ତିୱାରୀଙ୍କୁ ମିଜୋରମ, ଟ୍ରାଫିକ ଡିସିପି ବିଜୟ ସିଂହଙ୍କୁ ଆଣ୍ଡାମାନ ଏବଂ ନିକୋବର, ଦ୍ୱାରାକା ଜିଲା ଡିସିପି ସିବେଶ ସିଂହଙ୍କୁ ଲକ୍ଷାଦ୍ୱୀପ, ପିଟିସି ଉପ ଅଧ୍ୟକ୍ଷ ପରମାଦିତ୍ୟଙ୍କୁ ଗୋଆ, ଉତ୍ତରାଞ୍ଚଳ ଡିସିପି ଜତିନ ନାରୱାଲଙ୍କୁ ଆଣ୍ଡାମାନ ଏବଂ ନିକୋବରଙ୍କୁ ବଦଳି କରାଯାଇଛି। ଏଭଳି ୧୫ ଆଇପିଏସ୍‍ ଅଧିକାରୀଙ୍କୁ ଅରୁଣାଚଳପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର, ଗୋଆ, ମିଜୋରମ ଭଳି ରାଜ୍ୟକୁ ବଦଳି କରାଯାଇଛି।

Leave A Reply