ଦିବ୍ୟାଙ୍ଗ ଟ୍ରେନ ଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ ହୁଇଲ୍‌ ଚେୟାର

0

କଟକ: ଦିବ୍ୟାଙ୍ଗ ଟ୍ରେନ୍‌ ଯାତ୍ରୀଙ୍କ ଲାଗି ଖୁସି ଖବର। ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ରେଲୱେ ଷ୍ଟେଶନରେ ସ୍ୱତନ୍ତ୍ର ମୋବାଇଲ ହୁଇଲ୍‌ ଚେୟାର (ଭାଙ୍ଗିକରି ନିଆଯାଇପାରିବ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ରେଲୱେ ଷ୍ଟେଶନରେ ଏହି ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଦିବ୍ୟାଙ୍ଗ ଯାତ୍ରୀ ପ୍ଲାଟଫର୍ମରୁ ଟ୍ରେନକୁ ଯିବାଆସିବା କରିପାରିବେ। ଯାତ୍ରୀ ନିଜ ପରିଚୟ ପତ୍ର ଦେଖାଇ ମୋବାଇଲ ହୁଇଲ ଚେୟାରର ନିଶୁଳ୍କ ସେବା ପାଇବେ। ଏଥିପାଇଁ ଯାତ୍ରୀ ଷ୍ଟେଶନସ୍ଥିତ ଚିଫ୍‌ ଟିକେଟ ଇନ୍ସପେକ୍ଟର (ସିଟିଆଇ) ହୁଇଲ ଚେୟାର ବିଭାଗକୁ ଅବଗତ କରାଇବାକୁ ପଡ଼ିବ। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଅନ୍ୟ ରେଲୱେ ଷ୍ଟେଶନଗୁଡ଼ିକରେ ଉପଲବ୍ଧ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply