ଦନ୍ତା ହାତୀ ଆକ୍ରମଣ​‌ରେ ଯୁବକ ମୃତ

0

ମୟୂରଭଞ୍ଜ: ଦନ୍ତା ହାତୀ ଆକ୍ରମଣ​‌ରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବିଶୁ ଦେହୁରୀ (୨୬) ବୋଲି ଜଣାପଡିଛି । ବାରିପଦାଠାରୁ ଦଶ କିଲୋମିଟର ଦୂର ନୟାପୁରୁଷୋତ୍ତମ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ମଙ୍ଗଳବାର ସକାଳ ୭ଟା ସମୟରେ ଚାର କୋଳି ଗୋଟାଇବା ପାଇଁ ଯାଇଥିଲା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଫଳରେ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏନେଇ ପୀଠବଟା ବନ ରେଞ୍ଜରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଜଙ୍ଗଲି ଜନ୍ତୁଙ୍କୁ ଘଉଡାଇବା ପାଇଁ ବନବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply