ତିହାଡ ଜେଲରେ ୮୦ରୁ ଊର୍ଦ୍ଧ୍ବ କୁଖ୍ୟାତ ଅପରାଧୀ ଅନଶନରେ

0

ନୂଆଦିଲ୍ଲୀ: ତିହାଡ଼ ଜେଲରେ ୮୦ରୁ ଊର୍ଦ୍ଧ୍ବ କୁଖ୍ୟାତ ଅପରାଧୀ ଅଜବ୍‌ କାରଣ ପାଇଁ ଅନଶନରେ ବସିଛନ୍ତି। ଅନଶନରେ ବସିଥିବା ଅପରାଧୀଙ୍କ ମଧ୍ୟରେ ବିହାର ପ୍ରାକ୍ତନ ସାଂସଦ ସାହାବୁଦ୍ଦିନ୍‌ଙ୍କ ସମେତ ଦିଲ୍ଲୀର ନୀରଜ ବାବନୀୟା ପରି ଅପରାଧୀ ରହିଛନ୍ତି। ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କ ବ୍ୟାରେକରେ ଟିଭି ଓ ବହି ପରି ସୁଯୋଗ ପ୍ରଦାନ କରାଯାଉ ଥିବାବେଳେ ସେମାନଙ୍କୁ ଏହି ସୁବିଧାର ବଞ୍ଚିତ କରାଯାଉଛି ବେଲି ଅଭିଯୋଗ ଆଣିଛନ୍ତି। ଛୋଟା ରାଜନଙ୍କ ସମେତ ସାହାବୁଦ୍ଦିନ୍‌ ଓ ନୀରଜ ବାବନୀୟ ସମସ୍ତେ ୨ନମ୍ବର ହାଇ ରିସ୍କ ୱାର୍ଡ଼ରେ ରହୁଛନ୍ତି। ତେବେ ସେମାନଙ୍କୁ ଅଲଗା ଅଲଗା ବ୍ୟାରେକରେ ରଖାଯାଇଛି। ତେବେ ଛୋଟା ରାଜନଙ୍କୁ ଟିଭି, ବହି ପରି ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ ଥିବାବେଳେ ସାହାବୁଦ୍ଦିନ ଓ ଅନ୍ୟମାନଙ୍କୁ ଏସବୁ ମିଳୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି। ଏହାକୁ ବିରୋଧ କରି ସାହାବୁଦ୍ଦିନ, ନୀରଜଙ୍କ ସମେତ ଜେଲର ୮୦ରୁ ଊର୍ଦ୍ଧ୍ବ କଏଦୀ ଅନଶନ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଜେଲ କର୍ତ୍ତୁପକ୍ଷ କୌଣସି ଉତ୍ତର ଦେଇ ନାହାନ୍ତି।

Leave A Reply