ଟ୍ରେନ ଧକ୍କାରେ ମାଈହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ଥିତ ସଦର ରେଞ୍ଜ ଅନ୍ତର୍ଗତ କଇଥ ପୋଲିଆ ନିକଟରେ ଗୁରୁବାର ସକାଳ ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ଏକ ମାଈହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅନ୍ୟ କିଛି ହାତୀମାନଙ୍କ ସହ ଏହି ହାତୀଟି ରେଳଧାରଣା ପାରି ହେଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

Comments are closed.