ଟଙ୍କା ଲୁଟ ଅଭିଯୋଗରେ ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0

ବରଗଡ: ପାଇକମାଲ ଖରିଆରୋଡର ଜଣେ ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ୪ଜଣ ଗିରଫ ହୋଇଛନ୍ତି। ଗତ ଜୁନ ୧୮ତାରିଖରେ ଖରିଆରୋଡର ବ୍ୟବସାୟୀ ବିକାଶ ଅଗ୍ରୱାଲଙ୍କ ଠାରୁ କିଛି ଦୁବୁର୍ତ୍ତ ୬ଲକ୍ଷ ଟଙ୍କା ଲୁଟ କରିଥିଲେ। ଆଜି ପଦ୍ମପୁର ଏସ୍‍ଡିପିଓ ଲକ୍ଷ୍ମୀ ନାରାୟଣଙ୍କ ନେତୃତ୍ୱରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ପାଇକମାଲ ସଡକପଡାର ପଙ୍କଜ ମାଝି, ଉମେଶ ସାହୁ, ପଦ୍ମପୁରର ଲିଟୁ ବହିଦାର ଓ ଝେଙ୍ଗନାଡିହିର ଭୋଜରାଜ ବାରିକ।

Leave A Reply