ଜେଲ୍‍ରେ କଏଦୀର ଆତ୍ମହତ୍ୟା

0

ଖଣ୍ଡପଡ଼ା: ଖଣ୍ଡପଡ଼ା ସବ୍‍ଜେଲରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନା ବସନ୍ତ କୁମାର ସେଠୀ(୩୬)। ୮ ନଂ ୱାର୍ଡ ଧୋବାସାହିରେ ତାଙ୍କ ଘର। ଗୁରୁବାର ଅପରାହ୍ଣ ୩.୩୦ ମିନିଟରେ ଜେଲ ପରିସରରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ବେକରେ ଗାମୁଛା ଲଗାଇ ଜେଲ ପରିସରରେ ଥିବା ଏକ ଚମ୍ପାଗଛରେ ବସନ୍ତ ଆତ୍ମହତ୍ୟା କରିଛି ବୋଲି ସବ୍‍ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବରପାଇ ଖଣ୍ଡପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରଛି। ସବ୍‍ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ସତ୍ତ୍ବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ବୋଲି ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଖଣ୍ଡପଡ଼ା ସବ୍‍ଜେଲ ନିକଟରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ମିଳିଥିବା ସୂଚନା ମୁତାବକ ବିଚାରାଧୀନ କଏଦୀ ବସନ୍ତ ଅଧିକ ଯୌତୁକ ଦାବିରେ ପତ୍ନୀ ପିଙ୍କି ସେଠୀକୁ୨୦୧୮ ଫେବୃଆରୀ ୧୧ରେ ହତ୍ୟା କରିଥିଲା। ପିଙ୍କିର ମା’ ବାସନ୍ତୀ ସେଠୀ
ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ବସନ୍ତ ଓ ତା’ ବାପାକୁ ଗିରଫ କରିଥିଲା। ଉଭୟଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ବିଚାରାଧୀନ କଏଦୀ ଭାବେ ୩ ମାସ ହେବ ବାପ ଓ ପୁଅ ଜେଲରେ ରହି ଆସୁଥିଲେ ବୋଲି ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶ ସୂଚନା ଦେଇଛନ୍ତି।

Leave A Reply