ଜୁନିୟର ବିଶ୍ବକପ୍ ସୁଟିଂ: ଅନିସ୍‌ଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଜର୍ମାନୀର ସୁଲ୍‌ରେ ଚାଲିଥିବା ଜୁନିୟର ବିଶ୍ବକପ୍ ସୁଟିଂ ପ୍ରତିଯୋଗିତାରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ବୁଧବାର ଭାରତର ଯୁବ ପ୍ରତିଭାବାନ ସୁଟର ଅନିସ୍ ଭାନ୍‌ୱାଲା ସ୍ବର୍ଣ୍ଣପଦକ ଜିତିଛନ୍ତି। ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ଅନିସ୍ ଏହି କୃତିତ୍ବ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ୬୦୦ରୁ ୫୮୪ ପଏଣ୍ଟ ସ୍କୋର୍‌କରି ଅନିସ୍ ପ୍ରଥମ ସ୍ଥାନରେ ରହିଥିଲେ। ପରେ ଫାଇନାଲ ମୁକାବିଲାରେ ଅନିସ୍ ୩୦ରୁ ସର୍ବାଧିକ ୨୯ ପଏଣ୍ଟ ସ୍କୋର୍‌କରି ସ୍ବର୍ଣ୍ଣ ଜିତି ନେଇଥିଲେ। ଅନିସ୍‌ଙ୍କୁ ଛାଡ଼ି ଆଉ ୨ ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଥିଲେ। ଆଦର୍ଶ ସିଂହ ୧୭ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିବା ବେଳେ ୯ ପଏଣ୍ଟ ସହ ଆଗ୍ନେୟ କୌଶିକ ୬ଷ୍ଠ ସ୍ଥାନ​‌େ​‌ର ରହିଥିଲେ। ରୁଷିଆର ଇଗୋର ଇସ୍‌ମାକୋଭ୍ ୨୩ ପଏଣ୍ଟ ସହ ରୌପ୍ୟ ଜିତିଥିବା ବେଳେ ୧୯ ପଏଣ୍ଟ ସହ ଜର୍ମାନୀର ଫ୍ଲୋରିଆନ୍ ପିଟର ବ୍ରୋଞ୍ଜ୍ ପଦକ ଜିତିଥିଲେ। ଅଦ୍ୟାବଧି ଭାରତୀୟ ସୁଟର୍ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍ ପଦକ ଜିତି ସାରିଲାଣି।

Comments are closed.