ଜିଓ ଦେଉଛି ମାଗଣା ୧୦ ଜିବି ଡାଟା

0

ନୂଆଦିଲ୍ଲୀ: ଚଳିତବର୍ଷର ପ୍ରତିଷ୍ଠିତ ଗ୍ଲୋବାଲ ମୋବାଇଲ (ଗ୍ଲୋମୋ) ପୁରସ୍କାର ରିଲାୟନ୍ସ ଜିଓକୁ ମିଳିଛି। ବାର୍ସିଲୋନାରେ ଆୟୋଜିତ ମୋବାଇଲ ୱାର୍ଲ୍ଡ କଂଗ୍ରେସରେ ଏହି ଗୌରବ ହାସଲ କରିଥିବାରୁ ଜିଓ ନିଜର ଖୁସିକୁ ଉପଭୋକ୍ତାଙ୍କ ସହ ବାଣ୍ଟିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଜିଓ ଗ୍ରାହକଙ୍କୁ ୧୦ ଜିବି ମାଗଣା ଇଣ୍ଟରନେଟ ଡାଟା ପ୍ରଦାନ କରୁଅଛି। ଏହି ଅଫର କେବଳ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଉପଲବ୍ଧ। ଏଥିପାଇଁ ଆପଣଙ୍କୁ ରିଲାୟନ୍ସ ଜିଓ ଆପ୍‌କୁ ଯାଇ ମାଇଁ ପ୍ଲାନରେ ଚେକ୍‌ କରାଇ ନିଅନ୍ତୁ। ଯେଉଁ ଉପଭୋକ୍ତାଙ୍କୁ ଏହି ସୁବିଧା ମିଳିନାହିଁ ସେମାନେ ଟୋଲ ଫ୍ରି ନମ୍ବର ୧୨୯୯କୁ ମିସ୍‌ଡ କଲ୍‌ ଦେଇ ଅଫରର ଲାଭ ଉଠାଇ ପାରିବେ। ତେବେ ଏହି ଅଫର କେବଳ ସୀମିତ ସମୟ ପାଇଁ ଉପଲବ୍ଧ।

Leave A Reply