ଜାଲ୍‍ ଆକାଉଣ୍ଟକୁ ଧରିବ ଫେସ୍‍ବୁକ୍‍

0

ନୂଆଦିଲ୍ଲୀ: ଏଣିକି କୌଣସି ବ୍ୟକ୍ତି ଫେସ୍‍ବୁକ୍‍ରେ ଜାଲ୍‍ ବା ବେନାମୀ ଆକାଉଣ୍ଟ ଖୋଲି ମେସେଜ୍‍ ପଠାଇଲେ ଧରାପଡ଼ିବେ। ଫେସ୍‍ବୁକ୍‍ କର୍ତ୍ତୃପକ୍ଷ ଏଭଳି ଏକ ସୁବିଧା ଆଣିବା ପାଇଁ ଯୋଜନା କରୁଛନ୍ତି।
ଫେସ୍‍ବୁକ୍‍ର ଡାଇରେକ୍ଟ ମେସେଜ୍‍ ପ୍ରକ୍ରିୟାରେ ଏହି ନୂଆ ଫିଚର ସାମିଲ୍‍ ହେବାକୁ ଯାଉଛି। କୌଣସି ଅଜଣା ଆକାଉଣ୍ଟରୁ ମେସେଜ୍‍ ଆସିଲେ ବ୍ୟବହାରକାରୀଙ୍କୁ ସୂଚିତ କରିବ। ଯେଉଁ ଆକାଉଣ୍ଟରୁ ମେସେଜ୍‍ ଆସିଛି ତାହା କାହାର, କେବେ ଓ କେଉଁ ଦେଶରେ ଖୋଲାଯାଇଛି ତାହା ଜଣାପଡ଼ିବ। ଫେସ୍‍ବୁକରେ ମିଛ ଓ ବିଭ୍ରାନ୍ତକାରୀ ଖବର ପ୍ରସାର ହେଉଥିବା ଏବଂ ଏହାର ପ୍ରତିକୂଳ ପ୍ରଭାବ ସମାଜରେ ପଡ଼ୁଥିବା ଅଭିଯୋଗ ଆସିବା ପରେ ଫେସ୍‍ବୁକ ଉପରୋକ୍ତ ପଦକ୍ଷେପ ନେବାକୁ ଯାଉଛି। ୱାଟ୍‍ସଆପ୍‍ ମଧ୍ୟ ବିଭ୍ରାନ୍ତିକର ଓ ମିଛ ଖବର ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ହ୍ୱାଟ୍‍ସଆପ୍‍ର ୨.୧୮.୨୦୪ ବେଟା ଭର୍ସନ୍‍ରେ ସସ୍‍ପିସିୟସ୍‍ ଲିଙ୍କ ନାମରେ ଏହି ସୁବିଧା ଉପଲବ୍ଧ ଅଛି।

Leave A Reply