ଜାନୁଆରୀ ୧୧ରୁ ବରଗଡ଼ ଧନୁଯାତ୍ରା

0

ବରଗଡ଼: ଆଗାମୀ ଜାନୁଆରୀ ୧୧ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଧନୁଯାତ୍ରା କମିଟିର ସଂଯୋଜକ ସୁରେଶ୍ୱର ଶତପଥି ସୂଚନା ଦେଇଛନ୍ତି। ବରଗଡ଼ ଧନୁଯାତ୍ରା ରାଜ୍ୟର ଏକ ପ୍ରମୁଖ ଆକର୍ଷଣ ହୋଇଥିବାରୁ ଏହାକୁ କିଭଳି ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ସେ ଆଜି ବରଗଡ଼ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବରଗଡ଼ ଧନୁଯାତ୍ରାକୁ ସର୍ବମତେ ଆକର୍ଷଣୀୟ ଓ ବ୍ୟବସ୍ଥିତ କରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିବା ଜଣାଯାଏ। ଏଥି ନିମନ୍ତେ ଖୁବ ଶୀଘ୍ର ପ୍ରସ୍ତୁତି ବୈଠକ ଡକାଯିବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

Leave A Reply