ଜାତୀୟ କରାଟେ: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ବର: ଆସାମ୍‌ରେ ଆୟୋଜିତ ଜାତୀୟ ଜୁନିୟର, କ୍ୟାଡେଟ୍‌ ଓ ୨୧ ବର୍ଷରୁ କମମ୍‌ ବାଳକ ଓ ବାଳିକା କରାଟେ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ଗୋଟିଏ ସ୍ବର୍ଣ୍ଣ,୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି। ୨୧ ବର୍ଷରୁ କମ୍‌ ବାଳିକା ଫାଇଟ୍‌ର ୬୮ କିଗ୍ରାରୁ କମ୍‌ ବର୍ଗରେ ପାୟଲ ବରାଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବାଳିକା ଟିମ୍‌ କାଟାରେ ସରଣ୍ୟା ରାୟ, ତେଜସ୍ବୀ ମହାପାତ୍ର,ଆଦ୍ୟାଶା ସାମନ୍ତରା ରୌପ୍ୟ, ୨୧ ବର୍ଷରୁ କମ୍‌ ବାଳିକା ୬୮କିଗ୍ରାରୁ ଉର୍ଦ୍ଧ ଫାଇଟ୍‌ରେ ଚିରସ୍ମିତା ଭଞ୍ଜଦେଓ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଟିମ୍‌ କାଟାରେ ପ୍ରଜଲ ଭୋଇ, କମଲ ଲୋଚନ ସାହୁ, ବିଶ୍ବଜିତ ସାମଲ, ୧୬ ଓ ୧୭ ବର୍ଷରୁ କମ୍‌ ବାଳିକା ଫାଇଟ୍‌ରେ ଋତେଶ ରାୟ, ବାଳକରେ ରୋହିତ ପାତ୍ର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରତିଯୋଗୀମାନଙ୍କ ଏହି ସଫଳତା ପାର୍ଇ ଓଡ଼ିଶା ରାଜ୍ୟ କରାଟେ ସଂଘ ସମ୍ପାଦକ ଡ.ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Comments are closed.