ଜାଣନ୍ତୁ, ରଙ୍ଗ ଅନୁସାରେ ଲକି କ୍ୟାଟ (ବିଲେଇ) ରଖିବାର ଲାଭ

0

ଗୋଟିଏ ପଟେ ଭାରତରେ ବିଲେଇକୁ ଅଶୁଭ ବୋଲି କୁହାଯାଇଥିବା ବେଳେ ଫେଙ୍ଗସୁଇରେ ଜାପାନୀ ବିଲେଇକୁ ସୁଖ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି ମାନିଥାନ୍ତି। ଫେଙ୍ଗସୁଇ ଅନୁସାରେ ଲୋକମାନେ ନିଜ ଘର,ବ୍ୟବସାୟ ସ୍ଥଳୀ ଓ କାଯ୍ୟାଳୟରେ ଲାଫିଙ୍ଗ ବୁଦ୍ଧ, କ୍ରିଷ୍ଟାଲ ଓ ଲକି ବିଲେଇ ରଖିଥାନ୍ତି। ଲକି ବିଲେଇ ଘରେ ରଖିବା ଦ୍ୱାରା ଘର ଉପରକୁ ଆସୁଥିବା ସଂଙ୍କଟ ଦୂରେଇ ଯାଇଥାଏ। ଲକି ବିଲେଇର ଗୋଟିଏ ହାତ ଉପରକୁ ରହିଥାଏ ଏହା ସର୍ବଦା ହଲୁଥିବାର ଦେଖାଯାଇଥାଏ। କାରଣ ଏହାଦ୍ୱାରା ଘରକୁ ଧନ ଆସିଥାଏ ବୋଲି କୁହାଯାଇଛି। ଏହି ଲକି ବିଲେଇକୁ ମନି କ୍ୟାଟ ବୋଲି ମଧ୍ୟ କୁହାଯାଇଥାଏ।


ଫେଙ୍ଗସୁଇ ଅନୁସାରେ ଲକି ବିଲେଇ ଅନେକ ପ୍ରକାର ରଙ୍ଗରେ ଉପଲବ୍ଧ ହୋଇଥାଏ। ରଙ୍ଗ ଅନୁସାରେ ଏହା ଅଲଗା ଅଲଗା ପ୍ରକାରର ଫଳ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା କେଉଁ କାମ ପାଇଁ କେଉଁ ରଙ୍ଗର ଲକି ବିଲେଇ ରଖିବା ଉଚିତ।
ଆର୍ଥିକ ଉନ୍ନତି ପାଇବା ପାଇଁ ଘରେ ଓ ବ୍ୟବସାୟ ସ୍ଥଳୀରେ ସୁନେଲୀ ରଙ୍ଗର ଲକି ବିଲେଇ ରଖିବା ଉଚିତ।


କୁଦୃଷ୍ଟିର ପ୍ରଭାବରୁ ରକ୍ଷା ପାଇବା ପାଇଁ ଓ ଧନପ୍ରାପ୍ତି ପାଇଁ ନୀଳ ରଙ୍ଗର ଲକି ବିଲେଇ ରଖିବା ଉଚିତ। ଏହାକୁ ଭଗବାନ କୁବେରଙ୍କ ଦିଗ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ।
ଘରେ ସୁଖ ଶାନ୍ତି ଓ ସୌଭାଗ୍ୟ ବଢାଇବା ପାଇଁ ହଳଦିଆ ରଙ୍ଗର ବିଲେଇ ରଖିବା ଉଚିତ।
ଘରେ ଲାଲ ରଙ୍ଗର ଲକି ବିଲେଇ ରଖିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ବନ୍ଧ ଉତ୍ତମ ରହିଥାଏ।

Leave A Reply