ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

0

ରାୟଗଡା: ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ମୁକୁନ୍ଦପୁର କୈଳାସପୁର ପଞ୍ଚାୟତର କେଉଁଝରି ଗ୍ରାମର ପ୍ରମୋଦ କାଡ୍ରାକା। ସେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେ ପିଏମଜି ହଷ୍ଟେଲରେ ରହୁଥିଲେ। ସେ ଗୁରୁବାରରେ ନିଜ ହଷ୍ଟେଲକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ବିଷୟରେ ଛାତ୍ରାବାସ ଅଧୀକ୍ଷକ ରମେଶ ଚନ୍ଦ୍ର ହିକା ପୁଲିସକୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave A Reply