ଚେନ୍ନାଇ ବିମାନ ବନ୍ଦରରୁ ୨୪ କିଲୋଗ୍ରାମ ସୁନା ସହ ଦୁଇ ଜଣ ବିଦେଶୀ ମହିଳା ଗିରଫ

0

ଚେନ୍ନାଇ ..–  ଚେନ୍ନାଇ ବିମାନ ବନ୍ଦରରୁ ୨୪ କିଲୋଗ୍ରାମ ସୁନା ସହ ୨ ଜଣ ବିଦେଶୀ ମହିଳାଙ୍କୁ ଗିରଫ କରାଯାଇଛି । ଏହି ମହିଳା ଦୁଇଜଣ  କୋରିଆର, ସେମାନେ ହଙ୍ଗକଙ୍ଗ୍‌ରୁ ଭାରତ ଆସୁଥିଲେ ।  ଜବତ ହୋଇଥିବା ସୁନାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ହେବ ।

ଏହି ଦୁଇଜଣ ମହିଳା ସନ୍ଦେହ ଜନକ ଅବସ୍ଥାରେ ବିମାନ ବନ୍ଦର ଭିତରେ ଚାଲୁଥିବା ବେଳେ  ସୀମା ଶୁଳ୍କ ବିଭାଗର ଅଧିକାରୀ ସେମାନଙ୍କୁ ପଚରା ଉଚରା କରିଥିଲେ । ଏହି ମହିଳା ଦୁଇ ଜଣ ଅତ୍ୟଧିକ ଓଜନିଆ ଜିନିଷ ପତ୍ର ସାଙ୍ଗରେ ଧରିଥିଲେ ।

ସୋମାନଙ୍କୁ ଯାଞ୍ଚ କରାଯିବା ସମୟରେ, ପୋଷାକ ପତ୍ରରେ ଥିବା ୧୨ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା ।  ପରେ ଏହି ଦୁଇଜଣଙ୍କୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି ।  ଗରିଫ  ହୋଇଥିବା ମହିଳା ଦୁଇଜଣଙ୍କ ନାମ ହାନବୟୁଲ ଜୁଙ୍ଗ ଓ ଏନୟୁୟୋଙ୍ଗ କିମ୍‌ ।

Leave A Reply