ଚିଲିକାରେ ଚକ୍ରବାତ, ମତ୍ସ୍ୟଜୀବୀ ଆତଙ୍କିତ

0

ପୁରୀ: ଚିଲିକାରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଚକ୍ରବାତ ଯୋଗୁଁ ମତ୍ସ୍ୟଜୀବୀ ଆତଙ୍କିତ ହୋଇପଡିଛନ୍ତି। ଗମ୍ଭାରୀ ନିକଟରେ ହଠାତ ୫ମିଟର ଉଚ୍ଚର ପାଣି ଉପରକୁ ଉଠିଛି। ପ୍ରଚଣ୍ଡ ପବନରେ କିଛିସମୟ ପାଇଁ ଚିଲିକା ଅଶାନ୍ତ ହୋଇଛି। ତୁଆଗାଁର ଜଣେ ବ୍ୟକ୍ତିଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ତେବେ କାହାରି ମୃତାହତ ଖବର ମିଳିନାହିଁ। ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଏପରି ଘଟଣା ଘଟିଥିବା ବିଶେଷଜ୍ଞ ମତ ଦେଉଛନ୍ତି। ଅତୀତରେ ଚିଲିକାରେ ଅନେକଥର ଚକ୍ରବାତ ହୋଇଛି। ତେବେ ଗୁରୁବାର ରାତିର ଚକ୍ରବାତ ଅଧିକ ଶକ୍ତିଶାଳୀ ଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

Leave A Reply