ଚଳିତ ମାସ ସୁଦ୍ଧା ସରିବ ହିଞ୍ଜିଳିକାଟୁ ନିର୍ବାଚନୀ ମାମଲା ଶୁଣାଣି ପ୍ରକ୍ରିୟା

0

ନୂଆଦିଲ୍ଲୀ: ଚଳିତ ମାସ ଶେଷ ସୁଦ୍ଧା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ପ୍ରକ୍ରିୟା ଶେଷ କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ବିଜେଡି ପ୍ରତିନିଧି ତଥା ସାଂସଦ ପିନାକୀ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସାଂସଦ ଶ୍ରୀ ମିଶ୍ରଙ୍କ ଯୁକ୍ତି ଅନୁଯାୟୀ ମାମଲାରେ ଅଭିଯୋଗକାରୀ ନୂତନ ତଥ୍ୟ ଉପସ୍ଥାପନା କରିବାରେ ବିଫଳ ହୋଇଥିବାରୁ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ପଡ଼ି ରହିବାର କୌଣସି ପ୍ରାସଙ୍ଗିକତା ନାହିଁ। ମାମଲାକୁ ଖାରଜ କରିବା ପାଇଁ ତାଙ୍କ ନିବେଦନକୁ ଗ୍ରହଣକରି ସେପ୍ଟେମ୍ବର ଶେଷ ସୁଦ୍ଧା ମାମଲା ସଂପର୍କିତ କୌଣସି ନିଷ୍ପତି ନେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଓମ୍‌ପ୍ରକାଶ ରାୱତ ଆଶ୍ୱସନା ଦେଇଥିବା ସାଂସଦ ଶ୍ରୀ ମିଶ୍ର କହିଛନ୍ତି।
ପ୍ରକାଶ ଯେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନ ଖର୍ଚ୍ଚ ହିସାବରେ ଅନିୟମିତତା ସଂପର୍କିତ ଏକ ମାମଲାର ଶୁଣାଣିକରି କୌଣସି ନିଷ୍ପତି ନେବାକୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Leave A Reply