ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଦଳର ପୋଷାକ ଉନ୍ମୋଚିତ

0

ନୂଆଦିଲ୍ଲୀ :  ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଆୟୋଜନ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ) ଭାରତୀୟ ପୁରୁଷ ଓ ମହିଳା ଆଥ୍‌ଲେଟ୍‌ଙ୍କ ପୋଷାକ ଉନ୍ମୋଚନ କରିଛି। ଭାରତୀୟ ପୁରୁଷ କ୍ରୀଡ଼ାବିତ୍‌ଙ୍କ ପୋଷାକ ନୀଳ ରଙ୍ଗର ଥିବା ବେଳେ ମହିଳା କ୍ରୀଡ଼ାବିତ୍‌ଙ୍କ ପୋଷାକ ଲାଲ ରଙ୍ଗର ହୋଇଛି। ତେବେ ଉଭୟ ଦଳ ଯାତ୍ରାକରିବା ବେଳେ ଏବଂ ମାର୍ଚ୍ଚପାଷ୍ଟରେ ଭାଗନେବା ବେଳେ ସମାନ ନୀଳରଙ୍ଗର ପୋଷାକ ପିନ୍ଧିବେ।
ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୨୭ ଜଣିଆ ଭାରତୀୟ ଦଳ ଭାଗନେବ। ଏମାନଙ୍କ ସହ ଅନ୍ୟ ଅଫିସିଆଲ ମଧ୍ୟ ରହିବେ। ସମସ୍ତଙ୍କ ପାଇଁ ଡିଜାଇନ୍‌ ହୋଇଥିବା ପୋଷାକକୁ ସୋମବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ)ର ସଭାପତି ଡ. ନରିନ୍ଦର ବାତ୍ରା ଉନ୍ମୋଚନ କରିଥିଲେ। ଏହି ଅବସରରେ କିଛି ଭାରତୀୟ କ୍ରୀଡ଼ାବିତ୍‌ ଏହି ପୋଷାକ ପିନ୍ଧି ପୋଜ୍‌ ଦେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ, ସୁଟର ଜିତୁ ରାୟ ଓ ହରପ୍ରୀତ ସିଂହ, ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ରାଣୀ ରାମପାଲ, ହକି ଖେଳାଳି ସରିତା ପୁନିଆ, ରୁପିନ୍ଦରପାଲ ସିଂହ, ସୁଟର ଅନୁ ରାଜ ସିଂହ, ଜିମ୍‌ନାଷ୍ଟ ଦୀପା କର୍ମକାର ପ୍ରଭୃତି। ଏହି ଉତ୍ସବରେ ଆଇଓଏ ସଭାପତି ବାତ୍ରା ଘୋଷଣା କରିଥିଲେ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବାକୁ ଯାଉଥିବା ସମସ୍ତ ୨୨୭ କ୍ରୀଡ଼ାବିତ୍‌ଙ୍କୁ ଏଡେଲ୍‌ୱିଜ୍‌ ୫୦ ଲକ୍ଷ ଟଙ୍କା ବୀମା ପ୍ରଦାନ କରିଛି।

Leave A Reply