ଗୋଟିଏ ପରିବାରରେ ମା’ ଓ ପୁଅ ପାସ କଲେ ମାଟ୍ରିକ ପରୀକ୍ଷା

0

ଭୁବନେଶ୍ୱର: ସୋମବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବରୁ ରମେଶ ପ୍ରଧାନ ହିଁ କେବଳ ପରିବାରରେ ଜଣେ ମାଟ୍ରିକ ପାସ କରିଥିବା ବ୍ୟକ୍ତି ଥିଲେ। ତେବେ ମାଟ୍ରିକ ପରୀକ୍ଷା ଫଳାଫଳ ରମେଶଙ୍କ ପରିବାରରେ ଆଣିଥିଲା ଦ୍ୱିଗୁଣିତ ଖୁସି। କାରଣ ପରୀକ୍ଷାରେ ୧୬ବର୍ଷର ବିକାଶ ହିଁ ପାସ କରି ନଥିଲା ପତ୍ନୀ ତପୋଇ ପ୍ରଧାନ(୩୩) ମଧ୍ୟ ମାଟ୍ରିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବାର ଖବର ମିଳିଥିଲା।
ତପୋଇ ୨୦ବର୍ଷ ବୟସରେ ୮ମ ଶ୍ରେଣୀ ପାଠ ପଢିବା ପରେ ପାରିବାରର ଅଭାବ ହେତୁ ଛାଡ଼ି ଦେଇଥିଲେ ପାଠ ପଢା। ତେବେ ୨୦୦୧ରେ ତପୋଇର ବିବାହ ପରେ ସ୍ୱାମୀର ପ୍ରୋତ୍ସାହନ ହେତୁ ଓଡ଼ିଶା ମୁକ୍ତ ବିଦ୍ୟାଳୟ ଅଧିନରେ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇ ଥିଲେ। ପୁଅ ବିକାଶ ମଧ୍ୟ ରେଗୁଲାର ଛାତ୍ର ଭାବରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ତପୋଇ ମଧ୍ୟ ଚଳିତ ବର୍ଷ ମାଟ୍ରିକ ପାଇଁ ପ୍ରସ୍ତୁତ ହୋଇଥିଲା। ମା’-ପୁଅଙ୍କ ପାଠ ପଢାର ପରିଣାମ ସୋମବାର ପରିବାରରେ ଆଣି ଦେଇଥିଲା ଆନନ୍ଦ। କାରଣ ଉଭୟେ ବି୨ ଗ୍ରେଡ଼ରେ ମାଟ୍ରିକ ଉତ୍ତିର୍ଣ୍ଣ କରିଥିଲେ। ଉଭୟ ମା’ ଓ ପୁଅଙ୍କୁ ସ୍ଥାନୀୟ କଲେଜରେ ଭର୍ତ୍ତି କରିବାକୁ ସ୍ଥିର କରିଛନ୍ତି ରମେଶ। ଜଣେ ସାଧାରଣ ଚାଷୀ ପରିବାର ହୋଇଥିଲେ ମଧ୍ୟ ଆମ ପରିବାରକୁ ଅସିକ୍ଷିତ ବୋଲି କେହିଁ ଯେମିତି ନକୁହନ୍ତୁ ବୋଲି କୁହନ୍ତି ରମେଶ। ତେଣୁ ଉଭୟଙ୍କୁ ଅନ୍ତତଃପକ୍ଷେ ଯୁକ୍ତ ୩ ପର୍ଯ୍ୟନ୍ତ ପଠ ପଢାଇବାର ଲକ୍ଷ ରଖିଛନ୍ତି ରମେଶ।
ବାଲେଶ୍ୱରରେ ଚଳିତ ମାଟ୍ରିକରେ ଆଉ ଜଣେ ପିତା ପୁତ୍ର ଏକତ୍ରିତ ମାଟ୍ରିକ ପାସ କରିଛନ୍ତି। ବାଲେଶ୍ୱର ବିଜେପି ମଣ୍ଡଳୀର ଉପସଭାପତି ଅରୁଣ କୁମାର ବେଜ(୫୮) ସ ତାଙ୍କ ପୁତ୍ର କୁମାର ବିଶ୍ୱଜିତ ବେଜ(୩୦) ଚଳିତ ମାଟ୍ରିକରେ ଉତ୍ତିର୍ଣ୍ଣ ହୋଇଛନ୍ତି।

Leave A Reply