ଗୁଜରାଟରେ ବିଦ୍ୟୁତ ବିଲ୍‍ ଛାଡ଼

0

ଅହମ୍ମଦାବାଦ: ଗୁଜରାଟର ବିଜେପି ସରକାର ପ୍ରାୟ ୬୨୫ କୋଟି ଟଙ୍କାର ବିଦ୍ୟୁତ ଦେୟ ଛାଡ଼ କରିବେ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷି ଋଣ ଛାଡ଼ ଘୋଷଣା କରିବା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉପରୋକ୍ତ ଘୋଷଣା କରିଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଏବଂ କୃଷି, ଘରୋଇ ଓ ବ୍ୟବସାୟ ଉଦ୍ଦେଶ୍ୟରେ ବିଜୁଳି ସଂଯୋଗ ନେଇଥିବା ପ୍ରାୟ ୬ ଲକ୍ଷ ଲୋକ ଉପକୃତ ହେବେ। ବିଜୁଳି ଚୋରି ଅଭିଯୋଗରେ ଯେଉଁମାନଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି ସେମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ମାତ୍ର ୫୦୦ ଟଙ୍କା ପୈଠ କଲେ ସେମାନଙ୍କୁ ପୁଣି ଥରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ।

Leave A Reply