ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା

0

ମୁମ୍ବଇ: ଗାଡ଼ି ଚଲାଉଥିବା ବେଳେ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଡ୍ରାଇଭରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ମୋଟର ବୀମା ପଲିସିରେ ଖୁବ୍‍ ଶୀଘ୍ର ସେଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ବିଶେଷକରି ଦୁଇଚକିଆ ଯାନ ମାଲିକ ଓ ଚାଳକଙ୍କ ପାଇଁ ଏହି ବୀମା ବାଧ୍ୟତାମୂଳକ କରିବାକୁ ଭାରତୀୟ ବୀମା ବିକାଶ ଓ ନିୟନ୍ତ୍ରଣ ପ୍ରାଧିକରଣ(ଆଇଆରଡିଏଆଇ) ନିର୍ଦେଶ ଦେଇଛନ୍ତି । ଏହି ବାବଦକୁ ବୀମାଧାରୀମାନେ ବାର୍ଷିକ ଅତିରିକ୍ତ ୭୫୦ ଟଙ୍କାର ପ୍ରିମିୟମ ଦେବେ। ଥାର୍ଡ ପାର୍ଟି ବୀମା କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ପୂର୍ବରୁ ଆଇଆରଡିଏଆଇ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିବା ବେଳେ ଦୁଇଟି ଯାକ ବୀମା ପଲିସି କିଭଳି ଏକାସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ନିଷତ୍ତି ନେବାକୁ ଆଇଆରଡିଏଆଇ ବୀମା କମ୍ପାନୀଙ୍କ ୁଉପରେ ଦାୟିତ୍ୱ ନ୍ୟସସ୍ତ କରିଛନ୍ତି।

Leave A Reply