କୂଅରେ ବୁଡ଼ି ୨ ଛାତ୍ରର ମୃତ୍ୟୁ

0

ପାପଡ଼ାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବଡକୁମୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୂଅରେ ବୁଡି ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପ୍ରଭାତ ହରିଜନ (୬) ଓ ଜୟନ୍ତ ହରିଜନ (୯)। ଖବରରୁ ସୂଚନା ମିଳିଛି ଯେ, ଗ୍ରାମର ଚାରିଜଣ ପିଲା ଆଜି ନିକଟସ୍ଥ ଜମିକୁ ଗଣେଶ ମୂର୍ତ୍ତି ଲାଗି ମାଟି ଆଣିବାକୁ ଯାଇଥିଲେ। ଫେରିବା ବେଳେ ନିକଟସ୍ଥ ଏକ ପଥର କୂଅରେ ଗାଧୋଇବାକୁ ମନ କରିଥିଲେ। କୂଅକୁ ପ୍ରଥମେ ଜୟନ୍ତ ଓ ପ୍ରଭାତ ଡେଇଁଥିଲେ। କିନ୍ତୁ ବହୁ ସମୟ ଧରି ବାହାରିପାରି ନ ଥିଲେ। ପରେ ଉପରେ ଥିବା ପିଲାମାନେ ଗ୍ରାମବାସୀଙ୍କୁ ଖବର ଦେଲା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ କୂଅରୁ ଶବ ଦୁଇଟି ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ଦୁହିଁଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପାପଡାହାଣ୍ଡି ପୁଲିସ ଓ ନବରଙ୍ଗପୁର ପୁଲିସ ପହଞ୍ଚିିଥିଲା। ଗ୍ରାମବାସୀ ଶବ ବ୍ୟବଛେଦ କରାଇବୁ ନାହିଁ ବୋଲି ଜିଦ ଧରିଥିଲେ। ପରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଓ ସରକାରୀ ସହାୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ।

Leave A Reply