କାଶ୍ମୀରରେ ପୁଣି ଜଣେ ଯବାନ ସହିଦ

0

ଜାମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୁପୱାରା ଜିଲା କାରାଲ୍‍ଗୁଣ୍ଡ ଅଞ୍ଚଳରେ ଆଜି ସକାଳୁ ଆତଙ୍କବାଦୀ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ସିଆରପିଏଫ୍‍ର ୯୨ ବାଟାଲିଆନ୍‍, ୩୨ ରାଷ୍ଟ୍ରୀୟ ରାଇଫଲ୍‍ ଓ ଏସ୍‍ଓଜିର ଯବାନ ମାନେ ଉକ୍ତ ଅପରସେନ୍‍ରେ ସାମିଲ୍‍ ହୋଇଥିଲେ। ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ବାନ୍ଦିପୋରା ଜିଲା ହାଜିନ୍‍ଠାରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହେଉଥିବା ଜଣାପଡ଼ିଛି।

Leave A Reply