କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୨୯ ମୃତ

0

କାବୁଲ: କାବୁଲର ଏକ ଧର୍ମପୀଠ ନିକଟରେ ବୁଧବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଫଗାନିସ୍ତାନର ରାଜଧାନୀବାସୀ ବୁଧବାର ପାର୍ସି ନୂତନ ବର୍ଷ ଅବସରରେ ପାଳିତ ନୱରୁଜ୍‍ ଉପଲକ୍ଷେ ଛୁଟି ମନାଉଥିଲେ। ଏ ନେଇ କାର୍ଟ-ଇ-ସାଖି ଧର୍ମପୀଠ ନିକଟସ୍ଥ ସ୍ଥାନ ଚଳଚଞ୍ଚଳ ଥିବା ବେଳେ ଜଣେ ଆତ୍ମଘାତୀ ନିଜ ଦେହରେ ଖଞ୍ଜାଯାଇଥିବା ବୋମା ଦ୍ୱାରା ବିସ୍ଫୋରଣ ଘଟାଇଥିଲେ ବୋଲି ଦେଶର ଉପ ଗୃହ ମନ୍ତ୍ରୀ ନସରତ ରାହିମ କହିଛନ୍ତି।
ଆଫଗାନିସ୍ତାନରେ ନୱରୁଜ୍‍ ଖୁବ୍‍ ଧୁମ୍‍ଧାମରେ ପାଳନ କରାଯାଉଥିବା ବେଳେ ଦେଶର ଚରମପନ୍ଥୀ ମୁସଲମାନମାନେ ଏହାକୁ ଇସ୍‍ଲାମ ବିରୋଧୀ ବୋଲି ଦର୍ଶାଇ ତୀବ୍ର ବିରୋଧ କରିଆସୁଛନ୍ତି। ପୂର୍ବରୁ ଜାନୁଆରୀରେ ଏଠାରେ ଏକ ବିସ୍ଫୋରଣ ଘଟିଥିଲା। ଏହାପରେ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବୁଧବାରର ବିସ୍ଫୋରଣ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।

Leave A Reply