ଓଡ଼ିଶାରେ କଶ୍ମୀର ନାଗରିକଙ୍କୁ ସୁରକ୍ଷା ଦିଆଯିବ: ଡିଜିପି

0

ଭୁବନେଶ୍ଵର: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ଓଡ଼ିଶାରେ ଥିବା କଶ୍ମୀର ନାଗରିକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରାଜ୍ୟରେ ଥିବା କଶ୍ମୀର ନାଗରିକ ଏବଂ ରାଜ୍ୟକୁ ବୁଲିବାକୁ ଆସୁଥିବା ନାଗରିକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ସହାୟତା କରାଯିବ ବୋଲି ଶର୍ମା ଆଶ୍ଵାସନା ଦେଇଛନ୍ତି। କଶ୍ମୀର ନାଗରିକମାନେ କୌଣସି ସ୍ଥାନରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ନିକଟ ଥାନାରେ ଅଭିଯୋଗ କରିବା ସହ ପୁଲିସ କଣ୍ଟେ୍ରାଲ ରୁମ ୧୦୦କୁ ଫୋନ କରିବାକୁ କୁହାଯାଇଛି। ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଆମର କର୍ତ୍ତବ୍ୟ ବୋଲି ଶର୍ମା କହିଛନ୍ତି।

Leave A Reply